ETV Bharat / state

ପୋଲିସ ଡ୍ରାଇଭର ପଦବୀ ନିଯୁକ୍ତି, ବୟସସୀମାରେ କୋହଳ - ODISHA POLICE DRIVER RECRUITMENT

ପୋଲିସ ଡ୍ରାଇଭର ପଦବୀ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ରାୟ ପ୍ରଦାନ । ଆଶାୟୀଙ୍କୁ ଆଶ୍ୱସ୍ତି ।

ODISHA POLICE DRIVER RECRUITMENT
ODISHA POLICE DRIVER RECRUITMENT (ETV Bharat Odisha)
author img

By ETV Bharat Odisha Team

Published : Dec 18, 2024, 5:34 PM IST

କଟକ: ଓଡିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସର୍ବାଧିକ ବୟସସୀମା କୋହଳ କରିବା ସପକ୍ଷରେ ରାୟ ପ୍ରଦାନ । ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସସୀମା କୋହଳ କରିବାକୁ ଆବେଦନକାରୀ କୋର୍ଟରେ ଆବେଦନ କରିଥିଲେ ।

ବୟସସୀମାରେ କୋହଳ:

ପୋଲିସ ମୋଟର ଟ୍ରାନ୍ସପୋର୍ଟ (ପିଏମଟି)ରେ ଡ୍ରାଇଭର ପଦରେ ନିଯୁକ୍ତି ନେଇ ୨୦୨୧ ମସିହା ପରେ ୨୦୨୪ ଅକ୍ଟୋବର ୩ରେ ପ୍ରଥମ ଥର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୪୦୫ଟି ଡ୍ରାଇଭର ପଦ ପାଇଁ ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଥିଲା । ତେବେ ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ସର୍ବାଧିକ ବୟସସୀମା ୨୩ ବର୍ଷ ଧାର୍ଯ୍ୟ କରାଯାଇଥିଲା । ଏହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶାୟୀ ।

ହାଇକୋର୍ଟରୁ ଆଶାୟୀଙ୍କୁ ଆଶ୍ବସ୍ତି ମିଳିଛି । ଗତ ୪ ବର୍ଷ ହେବ ନିଯୁକ୍ତି ପ୍ରକ୍ରିୟା କରାଯାଇନଥିଲା ବେଳେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବୟସ ସୀମା କୋହଳ ପ୍ରସଙ୍ଗ ଅନ୍ତର୍ଭୁକ୍ତ କରି ଓଡ଼ିଶା ପୋଲିସ ଷ୍ଟେଟ ସିଲେକ୍ସନ ବୋର୍ଡ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବ । ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ୪ ବର୍ଷ ବୟସ କୋହଳ ସୁବିଧା ମିଳିବ । ଅନଲାଇନରେ ପ୍ରାର୍ଥୀମାନେ କିପରି ନିଜ ଦରଖାସ୍ତ ଦାଖଲ କରିବେ ସେ ନେଇ ବୋର୍ଡ ଆବଶ୍ୟକ ବ୍ୟବସ୍ଥା କରିବ ବୋଲି ଉଚ୍ଚ ନ୍ୟାୟାଳୟ ରାୟ ପ୍ରଦାନ କରିଛନ୍ତି । କୋରୋନା ମହାମାରୀ କାରଣରୁ ଗୋଟିଏ ଥର ପାଇଁ ସର୍ବାଧିକ ବୟସ ସୀମା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟ କହିଛନ୍ତି ।

ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ କଟ୍ ଅଫ୍ ତାରିଖ ଠାରୁ ୪ ବର୍ଷ ବୟସ କୋହଳ କରାଯିବ । ଅସାଧାରଣ ପରିସ୍ଥିତିରେ ଥରକ ପାଇଁ ଏହି ବୟସ ସୀମା କୋହଳ ବ୍ୟବସ୍ଥା କରାଯାଉଛି । ଏହାକୁ ନଜିର ଭାବେ ଭବିଷ୍ୟତରେ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦିତ୍ୟ ମିର୍ଦ୍ଧା ଓ ଅନ୍ୟମାନଙ୍କ ତରଫରୁ ରୁଜୁ ୨୨ଟି ମାମଲାର ଏକତ୍ର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି ।

କଣ ରହିଛି ମାମଲା:

ପିଏମଟିରେ ୪୦୫ଟି ଡ୍ରାଇଭର ପଦ ପୂରଣ ପାଇଁ ‌ଷ୍ଟେଟ ସିଲେକ୍ସନ ବୋର୍ଡ ପକ୍ଷରୁ ୨୦୨୪ ଅକ୍ଟୋବର ୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୪ ଜାନୁଆରୀ ୧ରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ହୋଇଥିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା । ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ ବ୍ୟବସ୍ଥା ରଖାଯାଇଥିଲା ।ତେବେ ଶେଷ ଥର ୨୦୨୦ରେ ପିଏମଟିରେ ଡ୍ରାଇଭର ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ତେଣୁ ୪ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କେତେକ ଆଶାୟୀ ପ୍ରାର୍ଥୀ ଦାବି କରିଥ‌ିଲେ । ୪ ବର୍ଷର ବ୍ୟବଧାନ ପରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଥିବାରୁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା କୋହଳ କରାଯିବାର ଆବଶ୍ୟକତା ରହିଛି ଦର୍ଶାଇ ହାଇକୋର୍ଟରେ ଏକାଧିକ ଆଶାୟୀ ପ୍ରାର୍ଥୀ ପୃଥକ ମାମଲା ଦାୟର କରିଥିଲେ ।

ଏହାମଧ୍ୟ ପଢନ୍ତୁ...

କନେଷ୍ଟବଳ ନିଯୁକ୍ତି; ସର୍ବାଧିକ ବୟସ ସୀମା ୬ବର୍ଷ କୋହଳ କଲେ ହାଇକୋର୍ଟ

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲା: OPSC କର୍ତ୍ତୃପକ୍ଷ ହାଜର, ପ୍ରତିପକ୍ଷଙ୍କୁ ଜବାବ ମାଗିଲେ ହାଇକୋର୍ଟ

ଉଭୟ ପଡ଼ିଆରେ ହେବ ବାଲିଯାତ୍ରା, ରାସ୍ତା ଉପରେ ବସିବେ ନାହିଁ ବୁଲା ବିକାଳୀ: ହାଇକୋର୍ଟ

କୋରୋନା ମହାମାରୀ ସ୍ଥିତି ପରେ ସରକାରୀ ଚାକିରିରେ ସର୍ବାଧିକ ବୟସ ସୀମା ସଂପର୍କିତ ୧୯୮୯ର ନିୟମରେ ସରକାର ସଂଶୋଧନ କରିଥିଲେ । ମହାମାରୀ ସଂକ୍ରମଣ ବେଳେ ପ୍ରାୟ ତିନି ବର୍ଷ ଧରି କୌଣସି ନିୟମିତ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଅନୁଷ୍ଠିତ ହୋଇ ନଥିଲା । ୧୯୮୯ର ନିୟମାବଳୀରେ ୨୦୨୨ରେ ସଂ‌ଶୋଧନ କରି ସର୍ବାଧିକ ବୟସସୀମା କୋହଳ ପାଇଁ ବ୍ୟବସ୍ଥା କରାଯାଇଥିଲା । କୋରୋନା ମହାମାରୀ ଓ ଅନ୍ୟ କାରଣରୁ ଯେଉଁ ପ୍ରାର୍ଥୀ ସୁଯୋଗ ପାଇ ନଥିଲେ ସେମାନଙ୍କ ପାଇଁ ସୁବିଧା କରିବା ଲାଗି ଏପରି ବ୍ୟବସ୍ଥା କରାଯାଇଥିଲା । ପିଏମଟି ଡ୍ରାଇଭର ପଦ ପାଇଁ ସରକାର ବୟସ ସୀମା କୋହଳ ନ କରିବା ଦ୍ବାରା ବହୁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହେବେ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା । ୨୦୨୦ରୁ ଡ୍ରାଇଭର ପଦ ପାଇଁ ଆଉ ନିଯୁକ୍ତି ପ୍ରକ୍ରିୟ‌ା ଅନୁଷ୍ଠିତ ହୋଇ ନଥିବାରୁ ୨୦୨୪ର ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ କରି ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.