ETV Bharat / state

‘ଚାପରେ ଦେଇଥିଲୁ ଏତଲା’, ପ୍ରଦୀପଙ୍କ ବିରୋଧରେ ଠକେଇ ମାମଲାରେ ଅଭିଯୋଗକାରୀଙ୍କ ବୟାନ - PRADEEP PANIGRAHI

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଟାଟା ମୋଟର୍ସ ନିଯୁକ୍ତି ଠକେଇ ମାମଲା । ପ୍ରଦୀପଙ୍କ ଓକିଲଙ୍କ ବୟାନ, କେସ ପଛରେ ରହିଥିଲା ଷଡଯନ୍ତ୍ର ।

PRADEEP PANIGRAHI
PRADEEP PANIGRAHI (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ବ୍ରହ୍ମପୁର: ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ମାମଲାରେ ଆଜି ପୁଣି କୋର୍ଟରେ ଶୁଣାଣି ହୋଇଛି । ଅଭିଯୋଗକାରୀ କୋର୍ଟରେ ବୟାନ ରଖିଛନ୍ତି । କିଛି ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଚାପର ବଶବର୍ତ୍ତୀ ହୋଇ ମିଥ୍ୟା ମାମଲା ରୁଜ୍ଜୁ କରିଥିବା ଅଭିଯୋଗକାରୀମାନେ ବୟାନ ରଖିଥିବା ନେଇ ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କେସ ପଛରେ ଷଡଯନ୍ତ୍ର:

ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଟାଟାରେ ନିଯୁକ୍ତି ଦେବା ନାଁରେ ଠକେଇ ମାମଲାର ଆଜି ବିଚାରଣା ହୋଇଛି । ସାଂସଦ ପ୍ରଦୀପ ପାଣିଗ୍ରାହୀ ଆଜି କୋର୍ଟରେ ହାଜର ହୋଇଥିଲେ । କୋର୍ଟରେ ମାମଲାର ବିଚରଣା ସମୟରେ ନିଜର ବୟାନ ରଖିଛନ୍ତି ୩ ଅଭିଯୋଗକାରୀ ।

PRADEEP PANIGRAHI (ETV Bharat Odisha)

ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ଦୀପକ ପଟ୍ଟନାୟକ ଏନେଇ କହିଛନ୍ତି," ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଯେଉଁ କେସ ହୋଇଥିଲା ତାହା ଷଡଯନ୍ତ୍ରମୂଳକ ବୋଲି ୩ ଜଣ ଯାକ ସାକ୍ଷୀ କହିଛନ୍ତି । ଜଣେ ସାକ୍ଷୀ କହିଥିଲେ ଯେ ତାଙ୍କୁ ଭୟଭୀତ କରାଯାଇ ଗୋଟିଏ କାଗଜରେ ଦସ୍ତଖସ୍ତ କରିବା ପାଇଁ ବାଧ୍ୟ କରାଯାଇଥିଲା । ଆଉ ୨ ଜଣ ସାକ୍ଷୀ ମଧ୍ୟ କହିଥିଲେ ଯେ ସେମାନଙ୍କୁ ବାଧ୍ୟ କରାଯାଇ ଗୋଟିଏ କାଗଜରେ ଦସ୍ତଖତ ନିଆଯାଇଥିଲା । ସେଥିରେ କଣ ଲେଖାଥିଲା ଆମେ ଜାଣିନୁ । ୫ ଯାକ ମାମଲାର ଅଭିଯୋଗକାରୀ କେହି ଆକାଶ ପାଠକ କିମ୍ବା ଅଭୟ ପାଠକଙ୍କୁ ଚିହ୍ନିନଥିବା କହିଛନ୍ତି ।"

କୋର୍ଟଙ୍କ ରାୟକୁ ଅପେକ୍ଷା

PRADEEP PANIGRAHI
PRADEEP PANIGRAHI (ETV Bharat Odisha)

ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, "ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଯେଉଁ ୫ଟି କେସ ମୋ ନାଁରେ ହୋଇଥିଲା ଆଜି ତାହାର ସାକ୍ଷୀ ଗ୍ରହଣ ହୋଇଛି । ବର୍ତ୍ତମାନ ବିଚରଣା ପ୍ରକ୍ରିୟା ଜାରି ରହିଛି । ମୋର କର୍ତ୍ତବ୍ୟ ଯାହା ନିୟମ ଅନୁଯାୟୀ ଉପସ୍ଥିତ ରହିବା ପାଇଁ ମୁଁ ଉପସ୍ଥିତ ରହିଛି । କୋର୍ଟର ରାୟକୁ ମୁଁ ଅପେକ୍ଷା କରିଛି ।"

ପୂର୍ବରୁ ଦୁଇଟି ମାମଲାରେ ଏଭଳି ସାକ୍ଷ୍ୟ ଦେଇଥିଲେ ଅଭିଯୋଗକାରୀ

ବୁଧବାର ବ୍ରହ୍ମପୁରର ଜେ.ଏମ୍.ଏଫ୍.ସି କୋର୍ଟରେ ପ୍ରଦୀପଙ୍କ ନାମରେ ରହିଥିବା ତିନୋଟି ମାମଲାରେ ସାକ୍ଷ୍ୟ ଦେଇଥିଲେ ଅଭିଯୋଗକାରୀ । ବ୍ରହ୍ମପୁର କୋର୍ଟରେ ରହିଥିବା ଜି.ଆର୍ ନମ୍ୱର - 2228/ 20 ମାମଲାରେ ଅଭିଯୋଗକାରୀ ପ୍ରଶାନ୍ତ କର, ଜି.ଆର୍ ନମ୍ୱର - 678/21 ମାମଲାରେ ଅଭିଯୋଗକାରୀ ବି.ଶିବ ପାତ୍ର ଏବଂ ଜି.ଆର୍ ନମ୍ୱର - 511/21 ମାମଲାରେ ଅଭିଯୋଗକାରୀ କାର୍ତ୍ତିକ ପ୍ରଧାନ କୋର୍ଟରେ ହାଜାର ହୋଇ ନିଜର ସାକ୍ଷ୍ୟ ପ୍ରଦାନ କରିଥିବା ନେଇ ଓକିଲ ବାଳକୃଷ୍ଣ ପଲେଇ କହିଥିଲେ । ଅଭିଯୋଗକାରୀମାନେ ଚାପର ବଶବର୍ତ୍ତୀ ହୋଇ ମାମଲା ଦାୟର କରିଥିବା ନେଇ କହିଥିବା ପୂର୍ବରୁ ପ୍ରଦୀପଙ୍କ ଓକିଲ କହିଥିଲେ ।

PRADEEP PANIGRAHI
PRADEEP PANIGRAHI (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ଚାକିରି ନାଁରେ ଠକେଇ ମାମଲାରେ ଟ୍ବିଷ୍ଟ, ‘ପ୍ରଦୀପଙ୍କ ବିରୋଧରେ ଏତଲା ପାଇଁ ପଡିଥିଲା ଚାପ’

କୋର୍ଟରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ହାଜର, 4ଟି ମାମଲାରେ ଚାର୍ଜଫ୍ରେମ

କଣ ରହିଥିଲା ମାମଲା

PRADEEP PANIGRAHI
PRADEEP PANIGRAHI (ETV Bharat Odisha)
ଗୋପାଳପୁରର ବିଧାୟକ ଥିବା ସମୟରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାଁରେ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ୨୦୨୦ ମସିହା ନଭେମ୍ବର ମାସରେ ଏନେଇ ପ୍ରଥମେ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ପରେ କଟକ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ପ୍ରଦୀପଙ୍କ ନାଁରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା । ଏପରିକି ଏହାକୁ ନେଇ ପ୍ରଦୀପଙ୍କୁ ଗିରଫ ହୋଇ ଜେଲ ଯିବାକୁ ମଧ୍ୟ ପଡିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.