thumbnail

କାହା ପାଇଁ କେମିତି ରହିବ ଦଶହରା, କାହା ଭାଗ୍ୟ ଚମକିବ ? କଣ କହୁଛନ୍ତି ଜ୍ୟୋତିର୍ବିଦ

By ETV Bharat Odisha Team

Published : 2 hours ago

Navratri-Durga Puja Rashifal Astrological Predictions, ଭୁବନେଶ୍ବର: ଏବେ ଦଶହରା ଧୁମ । ଦଶହରାରେ କେମିତି କଟିବ ଆପଣଙ୍କ ଦିନ ? କାହା ଉପରେ ରହିଛି ଜଗତଜନନୀ ମା' ଦୁର୍ଗାଙ୍କ କୃପା ? କେଉଁ ରାଶିରେ କେତେ ଶୁଭଫଳ ରହିଛି ? ସେନେଇ ପ୍ରତିକ୍ରିୟା ରଖିଛନ୍ତି ଜ୍ୟୋତିର୍ବିଦ  ପଣ୍ଡିତ ଡକ୍ଟର ମନୋଜ ଲେଙ୍କା । ସେ କହିଛନ୍ତି, '' ମା' ଏଥର ଦୋଳି ବାହନରେ ଆସୁଛନ୍ତି । ଏହା ସୁଖ ସମୃଦ୍ଧିର ପ୍ରତୀକ, ଫଳରେ ସମସ୍ତଙ୍କର ମଙ୍ଗଳ ହେବ । ଏଥର ତିଥି ଗୁଡିକ ଦୁଇ ଦିନ ପଡୁଛି । ଫଳରେ ରବିବାର ଦଶହରା ପାଳନ ହେବ । ଦଶହରା ସମସ୍ତ ରାଶି ତଥା ମେଷ, ବୃଷ, କର୍କଟ, ତୁଳା, ବିଛା, ଧନୁ, କନ୍ୟା, ମକର, କୁମ୍ଭ ପାଇଁ ଭଲ ରହିବ । କିନ୍ତୁ କୁମ୍ଭ ରାଶି ଓ ବିଛା ରାଶିର ବ୍ୟକ୍ତି ବିଶେଷଙ୍କୁ ସତର୍କ ରହିବାକୁ ପଡିବ । ଚନ୍ଦ୍ରଙ୍କର ସ୍ଥିତି ବହୁତ ଭଲ ଅଛି । ମେଷ, କର୍କଟ, ସିଂହ, ଧନୁ, ମୀନ, ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅଧିକ ଭଲ ରହିବ । ଏମାନଙ୍କ ପାଇଁ ରାଜଯୋଗ ସୃଷ୍ଟି ହେବ । ରବିବାର ଦଶହରା ଓ ସୋମବାର ଭସାଣ ଉତ୍ସବ ପାଳନ ହେବ । ''

ଏହା ମଧ୍ୟ ପଢନ୍ତୁ-ଦଶହରାରେ ରାଜଯୋଗ: ୫ଟି ରାଶିର ବ୍ୟକ୍ତିଙ୍କ ବଦଳିବ ଭାଗ୍ୟ, ହେବ ଧନବର୍ଷା

ଏହା ମଧ୍ୟ ପଢ଼ନ୍ତୁ- ୪ ରାଶିଙ୍କ ଉପରୁ ହଟିବ ନକରାତ୍ମକ ପ୍ରଭାବ, ନବରାତ୍ରୀରେ ଦେବୀ ମା'ଙ୍କ କୃପାରୁ ହେବେ ମାଲାମାଲ - Navaratri Durga Puja Horoscope

ଏହା ମଧ୍ୟ ପଢ଼ନ୍ତୁ-ନବରାତ୍ରୀରେ ୯ ରାଶିରେ ବଡ଼ ପରିବର୍ତ୍ତନ, ମା'ଙ୍କ କୃପାରୁ ଧନଧାନ୍ୟରେ ପୁରି ଉଠିବ ଘର - Durga Puja Navratri Horoscope

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.