ବିଧାନସଭାରେ ଚିକିଟି ମଦ ତାତି: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ, ପ୍ରଶଂସାଭାଜନ ପାଇଁ ଏଭଳି କରୁଛନ୍ତି କହିଲା ବିଜେପି - MLAS reaction on etv Bharat odisha

By ETV Bharat Odisha Team

Published : Aug 23, 2024, 4:10 PM IST

thumbnail
Hooch tragedy (ETV Bharat Odisha)

ଭୁବନେଶ୍ବର: ବିଧାନସଭାରେ ଚାଲି ପାରୁନି ଗୃହ । ଲଗାତାର 4ର୍ଥ ଦିନ ପାଇଁ ଗୃହରେ ଅଚଳାବସ୍ଥା । ଆଜି ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର 4ର୍ଥ ଦିନରେ ଗୃହରେ ବିରୋଧୀ ଦଳ ବିଧାୟକଙ୍କ ପ୍ରବଳ ହଙ୍ଗାମା ହୋଇଥିଲା । ବିରୋଧି ଗଞ୍ଜାମ ମଦ ମୃତ୍ୟୁ ପାଇଁ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ପ୍ରତିକ୍ରିୟା ରଖି ବିଜେପି ବିଧାୟକ କହିଥିଲେ, ହାଇଲାଇଟ ପାଇଁ ବିରୋଧି ଏଭଳି କରୁଛନ୍ତି । ବିରୋଧୀ ଦଳଙ୍କର ଏହା ଅଶୋଭନୀୟ ଆଚରଣ । ୨୪ ବର୍ଷ ଧରି ମହିଳାଙ୍କ ନାଁରେ ରାଜନୀତି କରିଥିଲେ । ସେମାନେ ଆଜି ମହିଳା ବାଚସ୍ପତିଙ୍କ ପୋଡିୟମ ଉପରେ ଚଢିଗଲେ କହିଛନ୍ତି ଚିକିଟି ବିଧାୟକ । ମଦ ବିରୋଧରେ ପ୍ରଶ୍ନ କରାଗଲେ ସରକାର ତାର ଜବାବ ଦେଇପାରୁନାହାନ୍ତି । ମଦ ମୁକ୍ତ ଓଡିଶା ପାଇଁ ସେମାନେ ଇସ୍ତାହାରରେ ନାରା ଦେଇଥିଲେ, ଆଜି ତାଙ୍କ ନାରା କୁଆଡେ ଗଲା ସେମାନେ ଜବାବ ଦେଇପାରୁନାହାନ୍ତି ବୋଲି କହିଛନ୍ତି ସଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା । ବିରୋଧୀ ଜାଣିଶୁଣି ଏଭଳି କାମ କରି ସାଧାରଣ ଜନତାଙ୍କ ବିଶ୍ୱାସ ଭାଙ୍ଗୁଛନ୍ତି । ବିରୋଧୀ ନିଜକୁ ହାଇଲାଇଟ ପ୍ରଂଶସା ଭାଜନ ପାଇଁ ଏଭଳି କାମ କରୁଛନ୍ତି ବିଜେପି ବିଧାୟକ । ଏପଟେ ପ୍ରିତିକ୍ରୟା ରଖିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.