thumbnail

ହୋଲିକା ଦହନକୁ ଧୁମଧାମରେ ପାଳିଲେ ବଲାଙ୍ଗୀରବାସୀ - Holika Dahan Festival

By ETV Bharat Odisha Team

Published : Mar 25, 2024, 8:51 AM IST

Holika Dahan Festival: ବଲାଙ୍ଗୀର: ଆସନ୍ତାକାଲି ରାଜ୍ୟରେ ପାଳନ ହେବ ହୋଲି ପର୍ବ । ଏହା ପୂର୍ବରୁ ଗତକାଲି(ରବିବାର) ବଲାଙ୍ଗୀରରେ ହୋଲିକା ଦହନ ପାଳନ କରାଯାଇଛି । ଫାଲଗୁନ୍ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ରାତିରେ ସାରା ଭାରତରେ ହୋଲିକା ଦହନ ପର୍ବ । ହିନ୍ଦୁ ଧର୍ମରେ ହୋଲିକା ଦହନ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ । ତେବେ ଏନେଇ ଗାଁଠୁ ସହର ସବୁଠି ଲୋକ ହୋଲିକା ଦହନ ଅତି ଭକ୍ତି ଓ ଶ୍ରଦ୍ଧାରେ ପାଳନ କରିଛନ୍ତି । ବିଶ୍ୱାସ ଓ ମାନ୍ୟତା ଅନୁସାରେ ଅସୁରୀୟ ଶକ୍ତିର ଏଥିରେ ଦହନ ହୋଇଥିବା ବେଳେ ସତ୍ୟର ଏଥିରେ ବିଜୟ ହୋଇଥାଏ । 

ଅଗ୍ନିର ପରିକ୍ରମା କରି ବର୍ଷ ତମାମ ପାଇଁ ସୁଖ ସମୃଦ୍ଧି କାମନା କରିଛନ୍ତି ଜିଲ୍ଲାବାସୀ । ଏନେଇ ବଲାଙ୍ଗୀରର ଜଣେ ନିବାସୀ ସଞ୍ଜୟ କୁମାର ପାଢୀ କହିଛନ୍ତି ଯେ, ଆଜି ତାଙ୍କର ଶିଦ୍ଦାଶ୍ରମ ସଦସ୍ୟ ଓ ଭକ୍ତ ବୃନ୍ଦମାନେ ପୁରୁଣା ରାଜବାଟିରେ ହୋଲିକା ଦହନ ପାଳନ କରିଛନ୍ତି । ତେବେ ମାନ୍ୟତା ଅନୁସାରେ ଆଜିର ଦିନରେ ମନ୍ଦ ଶକ୍ତିର ଦହନ ହୋଇଥିବା ବେଳେ ସତ୍ୟର ଏଠି ବିଜୟ ହୋଇଛି । ସେହିପରି ଏହି ହୋଲିର ସମସ୍ତେ ଅଗ୍ନିରେ ନିଜର ଦୁଃଖ ପୀଡାକୁ ଅର୍ପଣ କରି ବର୍ଷ ତମାମ ସୁଖ ସମୃଦ୍ଧିର କାମନା କରିଥିବାର ସେ କହିଛନ୍ତି ।  
ଏହା ମଧ୍ୟ ପଢନ୍ତୁ-ଗଛଲତାଙ୍କ ସହ ହୋଲି ଖେଳିଲେ ପରିବେଶପ୍ରେମୀ

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.