ରଙ୍ଗର ପର୍ବ ହୋଲି, ସ୍ନେହ ଏବଂ ପ୍ରେମର ରଙ୍ଗ ଲଗାଉଛନ୍ତି ନୂଆପଡାବାସୀ - Holi 2024

By ETV Bharat Odisha Team

Published : Mar 26, 2024, 5:11 PM IST

thumbnail

Holi Celebration in many Places of Nuapada: ନୂଆପଡା: ରଙ୍ଗର ଉତ୍ସବ ହୋଲି । ହୋଲି ଉତ୍ସବକୁ ନେଇ ନୂଆପଡା ଜିଲ୍ଲା ବ୍ୟାପି ଚଳଚଞ୍ଚଳ ହୋଇ ଉଠିଛି । ଆଜି ଖଡ଼ିଆଳ, ବୋଡେନ, କୋମନା, ସିନାପାଲି, ନୂଆପଡା,ଖରିଆର ରୋଡ଼ ଆଦି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ ସ୍ଥାନରେ ହୋଲି ଉତ୍ସବକୁ ପାଳନ କରିଛନ୍ତି । ଆବାଳବୃଦ୍ଧବନିତା ସମସ୍ତେ ନିଜ ନିଜ ମଧ୍ୟରେ ହୋଲି ଉତ୍ସବ ପାଳନ କରିଛନ୍ତି । ବିଶେଷ କରି ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଠାରେ ହୋଲି ଉତ୍ସବକୁ ଧୁମଧାମ ସହକାରେ ପାଳନ କରୁଥିବା ଦେଖାଦେଇଛି ।  

ଏହା ମଧ୍ୟ ପଢ଼ନ୍ତୁ.... ଇସ୍ପାତ ନଗରୀରେ ହୋଲି ପାଳନ: ଉଡିଲା ଫଗୁ, ନାଚଗୀତରେ ଝୁମିଲେ ରାଉରକେଲାବାସୀ - HOLI 2024

ଖଡ଼ିଆଳ ଆଜାଦ ଛକ, ଲକ୍ଷ୍ମୀ ଛକ, ଥାନା ଛକ, ବୋଡେନ ଛକ, ଆମ୍ବେଦକର ଛକ ଆଦି ବିଭିନ୍ନ ଛକ ଗୁଡିକରେ ଲୋକେ ଧୁମଧାମ ସହକାରେ ହୋଲି ଉତ୍ସବକୁ ପାଳନ କରିଛନ୍ତି । ନିଜ ନିଜ ମଧ୍ୟରେ ମାନ ଅଭିମାନ ରାଗ ରୋଷକୁ ଭୁଲିଯାଇ ସମସ୍ତେ ଏକତ୍ରିତ ହୋଇ ଭାତୃଭାବରେ ହୋଲି ଉତ୍ସବ ପାଳନ କରୁଥିବା ଦେଖାଦେଇଛି । ପରସ୍ପରକୁ ଅବିର ବୋଳି ହୋଲି ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସହରବାସୀଙ୍କ ଇଷ୍ଟ ଦେବୀ ମା’ ସମଲେଶ୍ବରୀ ସୁଖ ସଂମୃଦ୍ଧି ଭରିଦେବା ପାଇଁ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.