ହୋଲିର ରଙ୍ଗରେ ରଙ୍ଗୀନ ହେଲା ଯାଜପୁର, ଧୁମଧାମରେ ଅବିର ଖେଳିଲେ ଜିଲ୍ଲାବାସୀ - Holi Celebration In Jajpur

By ETV Bharat Odisha Team

Published : Mar 26, 2024, 7:40 PM IST

thumbnail

Holi Celebration In Jajpur ଯାଜପୁର: ପବିତ୍ର ଦୋଳ ପୁର୍ଣ୍ଣିମା ଏବଂ ରଙ୍ଗର ପର୍ବ ହୋଲି ଅବସରରେ ଉତ୍ସବମୁଖର ଯାଜପୁର । ମହାପ୍ରଭୁ ଜଗନ୍ନାଥଙ୍କ ପଞ୍ଜିକା ଅନୁସାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲି ପାଳନ କରାଯାଇଛି । ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଏବଂ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏହି ପର୍ବକୁ ମନଭରି ଉପଭୋଗ କରୁଥିବା ବେଳେ ପରସ୍ପର ମଧ୍ୟରେ ରଙ୍ଗ ବେରଙ୍ଗର ଅବିର ବୋଳି ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ବିଭିନ୍ନ ମନ୍ଦିରମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ହୋଲି ପର୍ବକୁ ଦୃଷ୍ଟିରେ ରଖି ଯାଜପୁର ରୋଡ ପୋଲିସ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ଗତକାଲି ମା' ବିରଜାଙ୍କ ପାଞ୍ଜି ଅନୁଯାୟୀ ଯାଜପୁର, ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ହୋଲି ପର୍ବ ପାଳନ ହେଇଥିବା ବେଳେ ଆଜି ସୁକିନ୍ଦା, ଦାନଗଦି, କୋରେଇ,ରସୁଲପୁର, ଧର୍ମଶାଳା ଓ ବଡ଼ଚଣା ଅଞ୍ଚଳରେ ଏହି ପବିତ୍ର ହୋଲି ପର୍ବ ପାଳନ କରାଯାଇଛି । ଆଜି ଏହି ପରିପକ୍ଷରେ କୋରେଇ ବିଧାୟକ ଅଶୋକ କୁମାର ବଳ ଓ ଅଭିନେତା ଯଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ନିଜ ବାସଭବନରେ ହୋଲି ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି । 

ଏହା ମଧ୍ୟ ପଢ଼ନ୍ତୁ...ରଙ୍ଗୀନ ହେଲା ବଲାଙ୍ଗୀର, ରାଜନେତା-ସାଧାରଣ ଜନତା ମିଶି ପାଳିଲେ ହୋଲି - Holi 2024

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.