ହକିରେ ଭାରତ ନିଶ୍ଚିତ ବ୍ରୋଞ୍ଜ ମେଡାଲ ଆଣିବ: କୋଚ୍ କାଳୁ ଚରଣ ଚୌଧୁରୀ - PARIS OLYMPICS 2024

By ETV Bharat Odisha Team

Published : Aug 8, 2024, 8:51 AM IST

thumbnail
PARIS OLYMPICS 2024 (ETV Bharat Odisha)

ରାଉରକେଲା: ବର୍ତ୍ତମାନ ଭାରତୀୟ ହକି ଦଳ ନିଜର ଜୋରଦାର ଅଭିଯାନ ପ୍ୟାରିସ ଅଲମ୍ପିକ୍ସ 2024ରେ ଜାରି ରଖିଛି । ଗୋଲ୍ଡ ସ୍ୱପ୍ନ ଅଧୁରା ରହିଥିବାବେଳେ ବର୍ତ୍ତମାନ ବ୍ରୋଞ୍ଜ ପାଇଁ ଭାରତୀୟ ହକି ଦଳ ନିଜର ସଂଘର୍ଷ ଜାରି ରଖିଛି । ଗତକାଲି ସେମିଫାଇନାଲରେ ଜର୍ମାନୀଠାରୁ 3-2 ଗୋଲରେ ଭାରତ ପରାସ୍ତ ହୋଇଛି କିନ୍ତୁ ବର୍ତ୍ତମାନ ମଧ୍ୟ ମେଡାଲ ଆଶା ଜୀବିତ ରଖିଛି ଦଳ । ମଙ୍ଗଳବାର ମ୍ୟାଚରେ ଭାରତୀୟ ହକି ଦଳର ପ୍ରଦର୍ଶନ ସହ ଆଜି ସ୍ପେନ ବିପକ୍ଷରେ ହେବାକୁ ଥିବା ବ୍ରୋଞ୍ଜ ମେଡାଲ ମ୍ୟାଚକୁ ନେଇ ଦଳର ଉପ-ଅଧିନାୟକ ଅମିତ ରୋହିଦାସଙ୍କ କୋଚ୍ ତଥା ଅନ୍ତର୍ଜାତୀୟ ସିନିୟର କୋଚ୍ କାଳୁ ଚରଣ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । 

କୋଚ୍ କାଳୁ ଚରଣ ଚୌଧୁରୀ ପ୍ରତିକ୍ରିୟା କହିଛନ୍ତି," ଭାରତୀୟ ଦଳ ଭଲ ପ୍ରଦର୍ଶନ କରୁଛି । ପୂର୍ବ ଅପେକ୍ଷା ନିଜର ଖେଳକୁ ବଦଳାଇଛି ଏବଂ ଜୋନଟୁ ଜୋନ୍ ସହ ମ୍ୟାନଟୁ ମ୍ୟାନ ଖେଳ ଉପରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରୁଛି । କାଲିର ମ୍ୟାଚରେ ଦଳ ଯେଉଁଭଳି ଭାବରେ ପ୍ରଥମ କ୍ୱାଟର ଏବଂ ଦ୍ୱିତୀୟ କ୍ୱାଟର ଖେଳିଥିଲା ସେହି ଖେଳ ଜାରି ରଖିବାର ଥିଲା । ବ୍ୟକ୍ତିଗତ ଅଟାକ ବଦଳରେ ଟିମ୍ ଅଟାକ କରି ଖେଳିବାକୁ ପଡିବ । ଆଜି ସ୍ପେନ ବିପକ୍ଷରେ ଜୋରଦାର ଖେଳ ପ୍ରଦର୍ଶନ କରିବାକୁ ପଡିବ । ଅମିତଙ୍କ ବ୍ୟାନ ଏହି ମ୍ୟାଚରେ ଅଧିକ ପ୍ରଭାବ ପକାଇଛି । ଅମିତ ଯେଉଁଭଳି ଭାବରେ ପେନଳଟିରେ ସେକେଣ୍ଡ ଷ୍ଟ୍ରାଇକର ଏବଂ ପ୍ରଥମ ରନର ଭାବରେ ଟିମକୁ ସୁଦୃଢ଼ କରିଥିଲେ ମଙ୍ଗଳବାର ତାହାର ଅଭାବ ଦେଖାଦେଇଛି । ତେବେ ଆଜି ନିଶ୍ଚିତ ଭାରତ ବିଜୟୀ ହେବ ।"

ଏହା ମଧ୍ୟ ପଢନ୍ତୁ... ପ୍ୟାରିସ ଅଲିମ୍ପିକ୍ସ: ପ୍ରତିଶୋଧ ନେଲା ଜର୍ମାନୀ, ହକି ସେମିରେ ହାରିଲା ଭାରତ, ବ୍ରୋଞ୍ଜ ପାଇଁ ସ୍ପେନ ସହ ମୁକାବିଲା - India lose in Mens hockey Semi

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.