ଅସରାଏ ବର୍ଷାରେ ବେହାଲ ରାଜଧାନୀ, ଭାଙ୍ଗିଲା କେନାଲ ସନ୍ତୋଷୀ ବିହାରରେ ପଶିଲା ପାଣି - Heavy rainfall in Bhubaneswar

By ETV Bharat Odisha Team

Published : Jun 26, 2024, 10:56 PM IST

thumbnail
HEAVY RAINFALL IN BHUBANESWAR (ETV Bharat Odisha)

HEAVY RAINFALL IN BHUBANESWAR: ଭୁବନେଶ୍ବର: ଅସରାଏ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଭୁବନେଶ୍ୱର । ଆଉ ଏହି ବର୍ଷାରେ କେନାଲ ଭାଙ୍ଗିଯାଇ ଭୁବନେଶ୍ୱରର ସନ୍ତୋଷୀ ବିହାରର ବିଭିନ୍ନ ସୋସାଇଟିରେ ପଶିଲା ପାଣି । ନାଳ ଭାଙ୍ଗିଯାଇଥିବାରୁ ନାଳ ପାଣି ରାସ୍ତାଠୁ ଆରମ୍ଭ କରି ଲୋକଙ୍କ ଘର ଭିତରେ ଲହଡି ମାରୁଥିବା ବେଳେ ହନ୍ତସନ୍ତ ଅଞ୍ଚଳବାସୀ । କାରଣ କେନାଲରେ ଅଳିଆ ଆବର୍ଜନା ଜମି ରହୁଥିବାବେଳେ ସଫା ହୋଇପାରିନଥିବାରୁ ବର୍ଷା ହେଲେ ପାଣି ନାଳର ଉପରକୁ ଉଠି ଜନବସତିରେ ପଶିଥିବା ଦେଖିବାକୁ ମିଳିଛି । 

ବର୍ଷା ଛାଡ଼ି ଯାଇଥିଲେ ବି ହଇରାଣ ହେଉଛନ୍ତି ଲୋକେ । ଆଉ ଘରେ ବାହାରେ ପାଣି ପଶିବାରୁ ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ଲୋକେ ନାଳ ସଫାକୁ ନେଇ ବିଏମସିକୁ ବରମ୍ବାର କହିଥିଲେ ମଧ୍ୟ ତାହା ହୋଇପାରିନଥିବାରୁ ଏଭଳି ଭାବେ ଲୋକେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି । ବିଏମସିର ଏହି ଖାମଖିଆଲ ନୀତିକୁ ନେଇ ଲୋକେ କ୍ଷୋଭ ପ୍ରକାଶ କରିବା ସହ ଆଗକୁ ଏହାର ସମାଧାନ ବିଏମସି କରୁ ବୋଲି ଦାବି ହୋଇଛି । 

ଏଠାରେ ସୂଚନା ଥାଉକି ପୂର୍ବରୁ ଠିକ ଏହି ସମୟରେ ଅଞ୍ଚଳବାସୀଙ୍କୁ ଘାରିଥିଲା ବର୍ଷା ଭୟ । ବର୍ଷା ହେଲେ ଅଣାୟତ୍ତ ହେଉଥିଲା ଭୁବନେଶ୍ବରର ସ୍ଥିତି । କାରଣ ଏହି କେନାଲ ବନ୍ଧ ଭାଙ୍ଗିବାରୁ ରାସ୍ତା ଘାଟ ଯୁଆଡେ ଚାହିଁବ ଖାଲି ପାଣି ହିଁ ପାଣି ଜମିରହୁଥିଲା । ମୁଖ୍ୟ ରାସ୍ତାରେ ବର୍ଷା ପାଣି ଲହଡି ମାରୁଥିବାରୁ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅଞ୍ଚଳବାସିନ୍ଦା । ବନ୍ୟା ଆସିଲେ ନଦୀ କୁଳିଆଙ୍କୁ ନଦୀ ବନ୍ଧ ଭୟ ରହିଥିବା ବେଳେ ଭୟ ରାଜଧାନୀବାସୀଙ୍କୁ ଘାରିଛି ଏହି କେନାଲ ଭୟ । 

ଏହା ମଧ୍ୟ ପଢନ୍ତୁ.....ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ଯାଏଁ ପ୍ରବଳ ବର୍ଷା - CYCLONIC CIRCULATION FORMED

କେନାଲ ପାଣି ଯେମତି ରାସ୍ତା ପାର ନକରି ଘରେ ପଶିବ ସେନେଇ ସଜାଗ ହୋଇଥିବା ବେଳେ ସମସ୍ତେ ଏଠାରେ ବାଲିବସ୍ତା ପକାଇଥିଲେ । ରସୁଲଗଡ଼, ଝାରପଡ଼ା, ଲକ୍ଷ୍ମୀସାଗର, ବଡଗଡ ଦେଇ ଯାଇଥିବା କେନାଲ କଡରେ ବାଲି ବସ୍ତା ବନ୍ଧାଯାଇଥିଲା । କିନ୍ତୁ ଚଳିତବର୍ଷ ତାହା ନଥିବାରୁ ଆଜିର ବର୍ଷାକୁ ନେଇ ପୁଣି ଭାସିଛି ସନ୍ତୋଷୀ ବିହାର ।ଏଠାରେ ଥିବା ବିଭିନ୍ନ ଆପାର୍ଟ ମେଣ୍ଟରେ ପାଣି ପଶିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । 

ଇଟିଭି ଭାରତ, ଭୁବନେଶ୍ବର 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.