thumbnail

By ETV Bharat Odisha Team

Published : Feb 12, 2024, 6:37 AM IST

ETV Bharat / Videos

ଚାଷୀ ଆନ୍ଦୋଳନ: କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ସୁରକ୍ଷାକର୍ମୀ

Farmers Protest: ଚଣ୍ଡିଗଡ: ହରିୟାଣାରେ ପୁଣି ଚାଷୀ ଆନ୍ଦୋଳନର ଡ଼ାକରା ଦିଆଯାଇଛି । ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗରେ ଫେବୃଆରୀ 13 ତାରିଖରୁ ଚାଷୀମାନେ 'ଦିଲ୍ଲୀ ଚଲୋ' ଡାକରା ଦେବା ସହ ବିଶାଳ ଆନ୍ଦୋଳନ କରିବାକୁ ଯାଉଛନ୍ତି ଚାଷୀ । ଏଥିରେ ହଜାର ହଜାର ଚାଷୀଙ୍କ ସମାଗମ ହେବ । ତେଣୁ ସମସ୍ତ ପ୍ରକାରର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗୃହ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆନ୍ଦୋଳନ ପୂର୍ବରୁ କିଭଳି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ନିଜର ଅଭ୍ୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ପୋଲିସମାନେ ସୁରକ୍ଷା ଜ୍ୟାକେଟ ପିନ୍ଧି, ମୁଣ୍ଡରେ ହେଲମେଟ ଏବଂ ହାତରେ ଲାଠି ଧରି ପ୍ରାକପ୍ରସ୍ତୁତି ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । ଏହା ସହ ଫେବୃଆରୀ 13 ତାରିଖ ଯାଏଁ ରାଜ୍ୟର 7ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ସରକାର । ସେହିପରି ଦିଲ୍ଲୀରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୀମାଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .....କୃଷକଙ୍କ ଦିଲ୍ଲୀ ଚଲ୍ଲୋ ଡାକରା: 13 ଯାଏଁ ହରିୟାଣାରେ ଇଣ୍ଟରନେଟ ସେବା ବନ୍ଦ

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.