thumbnail

By ETV Bharat Odisha Team

Published : Apr 11, 2024, 2:28 PM IST

ETV Bharat / Videos

ନୂଆପଡାରେ କାଳବୈଶାଖୀ ପ୍ରଭାବ, କୁଆ ପଥର ବର୍ଷା ସାଙ୍ଗକୁ କୋହଲା ପାଗ ଜାରି - hailstorm rain

ନୂଆପଡା: କାଳବୈଶାଖୀ ପ୍ରଭାବରେ ନୂଆପଡାରେ କୁଆ ପଥର ବର୍ଷା । କୋହଲା ପାଗ ସାଙ୍ଗକୁ ଶୀତୁଆ ପବନ ଜନଜୀବକୁ ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ଲାଗି ରହିଥିବା ବେଳେ ଶ୍ରମିକ ମାନେ କାମ କରିବାକୁ ବାହାରକୁ ଯାଇ ପାରୁନାହାନ୍ତି । ଗତ ରାତିରେ ଜିଲ୍ଲାରେ ବର୍ଷା ସାଙ୍ଗକୁ କୁଆ ପଥର ବର୍ଷା ହୋଇଥିଲା । ଆଜି ସକାଳ ମଧ୍ୟ ହାଲୁକା ବର୍ଷା ହୋଇଥିବା ବେଳେ ପାଗ କୋହଲା ରହିଛି । ବିଶେଷ କରି ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ବହୁମାତ୍ରାରେ କୁଆପଥର ବର୍ଷା ହୋଇଥିବା ଖବର ହସ୍ତଗତ ହୋଇଛି । ସଦର ମହୁକମା ସହିତ ଖଡ଼ିଆଳ, ବୋଡେ଼ନ, କୋମନା, ସିନାପାଲି ଆଦି ଅଞ୍ଚଳ ଗୁଡିକରେ କୋହଳା ପାଗ ଜାରି ରହିଛି । ଜିଲ୍ଲାରେ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । 

ଏହା ମଧ୍ୟ ପଢନ୍ତୁ-ତାତିରୁ ତ୍ରାହି, ମେଘୁଆ ପାଗ ସହ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା - WEATHER UPDATE

 ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.