ଆସାମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ଲକ୍ଷ ଲକ୍ଷ ଦୀପରେ 'ୱେଲକମ ମୋଦି' - ଆସାମରେ ମୋଦିଙ୍କୁ ସ୍ବାଗତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 3, 2024, 10:21 PM IST

Assam Welcomes PM Modi: ଗୌହ୍ୱାଟୀ: ଦୁଇ ଦିନିଆ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏଲଜିବିଆଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାଣ୍ଡ ୱେଲକମ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିଜେପି ପାର୍ଟି ଅଫିସ ତରଫରୁ ମଧ୍ୟ ପ୍ରସ୍ତୁତି ଜୋରଦାର ହୋଇଛି। ବହୁ ସଂଖ୍ୟାରେ ଦୀପ ଜଳାଯାଇ ଇଂରାଜୀ ଅକ୍ଷରରେ 'BJP' ଆକାରର ସଜାଇଛନ୍ତି ଦଳୀୟ କର୍ମକର୍ତ୍ତା । ଆଉ ତା' ପାଖରେ ଦୀପ ସଜାଇ ଲେଖିଛନ୍ତି 'ୱେଲକମ ମୋଦି' ।

ଏହା ମଧ୍ୟ ପଢନ୍ତୁ...ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ରକୁ ଗଡିଲା ସାପ୍ତାହିକ ଟ୍ରେନ

ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶା ଗସ୍ତରେ ଆସିଥିଲେ । ଏହାପରେ ସେ ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି । ଆସାମରେ ୧୧ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଆଗମନକୁ ନେଇ ଚଳଚଞ୍ଚଳ ପାର୍ଟି ଅଫିସ । ସମସ୍ତ କର୍ମକର୍ତ୍ତା ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି ଆସାମରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.