ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନର ଆଶା ଉଜ୍ଜ୍ୱଳ - Southern Odisha Development Council

By ETV Bharat Odisha Team

Published : Jun 30, 2024, 10:49 PM IST

thumbnail
GOVERNMENT WILL ESTABLISH THE SOUTHERN ODISHA DEVELOPMENT COUNCIL (ETV Bharat Odisha)

SOUTHERN ODISHA DEVELOPMENT COUNCIL:କୋରାପୁଟ: ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ । କୋରାପୁଟ,ନବରଙ୍ଗପୁର , ମାଲକାନଗିରି ,ରାୟଗଡା,କନ୍ଧମାଳ,ଗଜପତି ଓ ଗଞ୍ଜାମକୁ ନେଇ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ଦାବି ଅନେକ ବର୍ଷ ଧରି ଚାଲିଆସୁଥିବା ବେଳେ କିଛି ଦିନ ପୂର୍ବେ ରାଜ୍ୟ ସରକାରଙ୍କ ଦ୍ୱାରା ଏପରି ଏକ ପରିଷଦ ଗଠନ କରିବା ପାଇଁ ନିଷ୍ପତ୍ତି ନେବା ସହ ଏକ ଟାସ୍କ ଫୋର୍ସ ଗଢିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଠି । ଯାହା ଦ୍ୱାରା କୋରାପୁଟରେ ବିକାଶର ନୂତନ ଧାରା ପ୍ରବାହିତ ହେବାର ଆଶା ଉଜ୍ଜ୍ୱଳ ହୋଇଛି । 

କିଛି ବର୍ଷ ପୂର୍ବେ କୋରାପୁଟରେ ଅନୁଷ୍ଠିତ ଦକ୍ଷିଣ ଓଡିଶା ଅର୍ଥନୀତି ବିଶେଷଜ୍ଞ ସଂଘର ତୃତୀୟ ବାର୍ଷିକ ଉତ୍ସବରେ ଏନେଇ ଏକ ଦାବି ପତ୍ର ପ୍ରସ୍ତୁତ ହୋଇଥିଲା । ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ସମୟରୁ ଦକ୍ଷିଣ ଓଡିଶାରେ ମଧ୍ୟ ଏପରି ଏକ ବିକାଶ ପରିଷଦ ଗଠନ ପାଇଁ ଦାବି ହୋଇଆସୁଥିବା କୋରାପୁଟର ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ କହିଛନ୍ତି । ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଜନସଂଖ୍ୟାର ଦୁଇ ତୃତୀୟାଂଶରୁ ଅଧିକ ଗରିବ ଶ୍ରେଣୀର ଲୋକେ ରୁହନ୍ତି । ଏହି ଅଞ୍ଚଳର ଅର୍ଥନୈତିକ ପରିସ୍ଥିତି ଓ ତାର ଉନ୍ନତି କରିବା ପାଇଁ ସମଗ୍ର ଓଡିଶାକୁ ଏକକ ଭାବେ ପରିଗଣିତ କରୁଥିବା ଯୋଜନା ବିଶେଷ ଲାଭପ୍ରଦ ହେଉନାହିଁ । ଯାହାଫଳରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠିତ ହୋଇଥିବା ଭଳି ଦକ୍ଷିଣ ଓଡ଼ିଶାର ଏହି 7ଟି ଜିଲ୍ଲାକୁ ନେଇ ଏକ ସ୍ୱତନ୍ତ୍ର ପରିଷଦ ଗଠନ କରିବା ପାଇଁ କହିଛନ୍ତି  ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ । 

ଏହା ମଧ୍ୟ ପଢନ୍ତୁ ....ଓଡ଼ିଶାବାସୀ ବିଜେପିକୁ ସେବା କରିବାର ସୁଯୋଗ ଦେଇଛନ୍ତି, ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ: ବିଜେପି - BJP Felicitation Ceremony 

ସେପଟେ ଏହି ପରିଷଦ ଗଠନ ରାଜନୈତିକ ନେତାଙ୍କ ଥଇଥାନର କେନ୍ଦ୍ର ନ ହୋଇ ଏହି ଅଞ୍ଚଳର ବାସ୍ତବିକ ବିକାଶ ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ନେଇ କାର୍ଯ୍ୟକ୍ଷମ ହେବା ଆବଶ୍ୟକ ବୋଲି ସ୍ଵେଚ୍ଛାସେବୀ ଶରତ ପଟ୍ଟନାୟକ କହିଛନ୍ତି । କିନ୍ତୁ କୋରାପୁଟ ଅଞ୍ଚଳର ବିକାଶ ପାଇଁ କଂଗ୍ରେସ ସରକାର ଦ୍ୱାରା ଆରମ୍ଭ କରାଯାଇଥିବା କେବିକେ ଯୋଜନାକୁ ବନ୍ଦ କରିଦେଇଥିବା ବିଜେପି ସରକାର ଏପରି ଏକ ବିକାଶ ପରିଷଦ ଗଠନ କରି ବାସ୍ତବରେ ଏହି ଅଞ୍ଚଳରେ ବିକାଶ ଯେ କରିବେ ସେ ନେଇ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ସନ୍ଦେହ ପ୍ରକାଶ କରିଛନ୍ତି । ସରକାର ତୁରନ୍ତ ଏହାର ବାସ୍ତବ ରୂପରେଖକୁ ପ୍ରସ୍ତୁତ କରିବା ପାଇଁ ସେ ଦାବି କରିଛନ୍ତି । 


ଇଟିଭି ଭାରତ, କୋରାପୁଟ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.