ପାୱାରଫୁଲ ଜିଲ୍ଲା ଗଞ୍ଜାମ ଉପରେ ଫୋକସ୍‌, ଜାଣନ୍ତୁ କେତୋଟି ମନ୍ତ୍ରୀପଦ ମିଳିଲା ? - Public Reaction On Ministries

By ETV Bharat Odisha Team

Published : Jun 12, 2024, 6:38 PM IST

thumbnail
Public Reaction On Ministry Distribution (ETV Bharat Odisha)

Public Reaction On Ministry Distribution: ବ୍ରହ୍ମପୁର: ରାଜ୍ୟରେ ହୋଇଛି ପରିବର୍ତ୍ତନ । ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ନାରା ସାରା ରାଜ୍ୟରେ ପରିବର୍ତ୍ତନ କରିବା ସହିତ ଆଜି ଅପରାହ୍ନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି ଏକକ ସଂଖ୍ୟା ଗରିଷ୍ଠତାରେ ଗଠନ କରିଛି ସରକାର । ଏନେଇ ଦଳର ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀ ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବରେ ପାଟଣାଗଡ଼ ରାଜ ପରିବାର ଦାୟଦ ତଥା ବିଧାୟକ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ାରୁ ପ୍ରଥମ ଥର ବିଧାୟିକା ପ୍ରଭାତୀ ପରିଡ଼ା ନୂତନ ସରକାରରେ ଶପଥ ନେଇଛନ୍ତି ।  

ରାଜଧାନୀ ଭୁବନେଶ୍ବର ଜନତା ମୈଦାନରେ ଆଜି ଅପରାହ୍ନରେ ଶପଥ ସମାରୋହ ଉତ୍ସବ ଆୟୋଜିତ ହୋଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ହେଲେ ଏଭଳି ସମୟରେ ରାଜ୍ୟ ସରକାରଙ୍କ ନୂତନ ମନ୍ତ୍ରୀମଣ୍ଡଳରେ କିଭଳି ରହିବ ଗଞ୍ଜାମ ଜିଲ୍ଲାର ଭୂମିକା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚଳିତଥର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଗଞ୍ଜାମ ଜିଲ୍ଲାର ଦୁଇ ଲୋକସଭା ସମେତ ୧୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୧ ଗୋଟି ବିଧାନସଭା ଆସନରେ ବିଜେପି ଦଳର ବିଧାୟକ ବିଜୟୀ ହୋଇଥିବା ବେଳେ ଜିଲ୍ଲାର ବହୁ ବରିଷ୍ଠ ନେତାଙ୍କୁ ହରାଇଥିବା ଏବଂ ଦୀର୍ଘ ବର୍ଷ ଧରି ରାଜନୀତିରେ ରହି ଆସିଥିବା ବହୁ ନେତୃବୃନ୍ଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ ।  ତେବେ ପୋଲସରା ବିଧାୟକ ଗୋକୁଳ ନନ୍ଦ ମଲ୍ଲିକ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ ...  ଜନତା ମଇଦାନରେ ମୋହନ ସରକାରର ଶପଥ ଗ୍ରହଣ, ଦେଖନ୍ତୁ LIVE - Oath Taking Ceremony

ଏହି ଅବସରରେ ଜିଲ୍ଲାର ତିନୋଟି ଗୋଟି ଲୋକସଭା କ୍ଷେତ୍ର ମଧ୍ୟରେ ୧୩ ଗୋଟି ବିଧାନସଭା ଆସନ ରହିଥିବାରୁ ଏଥର ବିଗତ ବର୍ଷ ମାନଙ୍କ ଭଳି ତିନିରୁ ଚାରୋଟି ମନ୍ତ୍ରୀ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଲେ ଜିଲ୍ଲାର ବିଭିନ୍ନ କ୍ଷେତ୍ରର ବିକାଶରେ ଏହା ସହାୟକ ହୋଇପାରିବ ବୋଲି ଆଶା ରଖିଛନ୍ତି ଦକ୍ଷିଣ ଓଡିଶାର ବାସିନ୍ଦା । ଦୀର୍ଘ ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଆଜି ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ବେଳେ ଏ ନେଇ ଅନେକ ଆଲୋଚନା ହେଉଥିବା ବେଳେ କିଭଳି ରହିଛି ଚା ଖଟି ଠାରୁ ଆରମ୍ଭ କରି ବୁଦ୍ଧିଜୀବି ଏବଂ ବରିଷ୍ଠ ନାଗରିକଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ମଧ୍ୟରେ କଳ୍ପନା ଜଳ୍ପନା ସେ ନେଇ ବ୍ରହ୍ମପୁର ସହରରେ ନୂତନ ସରକାର ଗଠନ ଏବଂ ମନ୍ତ୍ରୀମଣ୍ଡଳରେ କିଭଳି ରହିବ ଗଞ୍ଜାମ ଜିଲ୍ଲାର ପ୍ରତିନିଧିତ୍ବ ସେ ନେଇ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତର ବ୍ରହ୍ମପୁର ସମ୍ବାଦଦାତା । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.