ରାଜଧାନୀର ପୂଜା ପାଇଲେ ଗଛ ଗଣେଶ,ଫୋକସରେ ପରିବେଶ ସୁରକ୍ଷା - Ganesh Chaturthi 2024

By ETV Bharat Odisha Team

Published : Sep 7, 2024, 1:54 PM IST

thumbnail
TREE GANESH (ETV BHARAT ODISHA)

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ପୂଜା । ରାଜଧାନୀରେ ନିଆରା ଢଙ୍ଗରେ ଗଜାନନଙ୍କ ପୂଜାର୍ଚ୍ଚନା କରାଯାଇଛି । ଗଛରେ ବିରାଜିଛନ୍ତି ବିଘ୍ନ ବିନାଶକ । ଗଛରେ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଉଛି । ଭଗବାନଙ୍କ ବାହନ ସାଜିଥିବା ମୂଷକ ନଡ଼ିଆରେ ଉଭା ହୋଇଛି । ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଗଛ ଗଣେଶ ପୂଜା କରିଛି ବକୁଳ ଫାଉଣ୍ଡେସନ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜୁ ପଟ୍ଟନାୟକ ପାର୍କରେ ଗଛରେ ଗଣେଶଙ୍କ ସ୍ୱରୂପ କରି ପୂଜା କରାଯାଇଛି । ପ୍ରକୃତିକୁ ସୁହାଇଲା ପରି ଗଣେଶଙ୍କୁ ସୁସଜ୍ଜିତ କରାଯାଇଥିବା ବେଳେ ବାଉଁଶରେ ତିଆରି କାନରେ ବେଶ ସୁନ୍ଦର ଲାଗୁଛନ୍ତି ଗଜାନନ । ଗଛ ଗଣେଶଙ୍କୁ ଧୋତି ମଧ୍ୟ ପରିଧାନ କରାଯାଇଛି । ପରିବେଶ ପ୍ରକୃତି ଭିତରେ ଥିବା ସମ୍ପର୍କକୁ ସୁଦୃଢ଼ କରିବାକୁ ଯାଇ ଅଗ୍ରପୂଜ୍ୟଙ୍କୁ ଏଭଳି ନିଆରା ଢଙ୍ଗରେ ଗଛରେ ପୂଜା କରାଯାଉଛି । ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । 

ଏହା ମଧ୍ୟ ପଢନ୍ତୁ-Ganesha Puja 2024: ବାଲୁକା ଶିଳ୍ପୀଙ୍କ ସୂକ୍ଷ୍ମ କଳାକୃତି, ପ୍ରସ୍ତୁତ କରିଛନ୍ତି 7 ପ୍ରକାର ଗଜାନନ ମୂର୍ତ୍ତି - Ganesh Chaturthi 2024

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.