ବ୍ଲକସ୍ତରୀୟ ପରେଡରେ ୪ ଛାତ୍ରୀ ଅସୁସ୍ଥ; ୩ ଜଣ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି - 78th independence day

By ETV Bharat Odisha Team

Published : Aug 15, 2024, 9:22 PM IST

thumbnail
78TH INDEPENDENCE DAY (ETV Bharat Odisha)

78TH INDEPENDENCE DAY:ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ ଚାଲିଥିବା ବେଳେ ବେଗୁନିଆରେ ଚାଲିଥିବା ବ୍ଲକସ୍ତରୀୟ ପରେଡ଼ରେ 4 ଜଣ ଛାତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ବେଗୁନିଆ ବ୍ଲକ ପ୍ରଶାସନ ଆନୂକୁଲ୍ୟରେ ଆୟୋଜିତ ବ୍ଲକସ୍ତରୀୟ ପରେଡ ମୁଖ୍ୟଅତିଥି ଭାବେ ବେଗୁନିଆ ବିଧାୟକ ଉପସ୍ଥିତ ଥିଲେ । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ବିଳମ୍ବରେ ଶେଷ ହୋଇଥିଲା । ତେଣୁ ଛାତ୍ରଛାତ୍ରୀ ମାନଙ୍କୁ ଖରାରେ ଠିଆ କରାଯାଇଥିଲା । ଯାହାଫଳରେ କାର୍ଯ୍ୟକ୍ରମ ଶେଷବେଳକୁ ଜଣକ ପରେ ଜଣେ ଏପରି ୪ ଜଣଛାତ୍ରୀ ଅସୁସ୍ଥ ହୋଇଥିଲେ । 

ଅସୁସ୍ଥ ଛାତ୍ରୀଙ୍କୁ ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମେ ଦୁଇ ଛାତ୍ରୀ ଓ ପରେ ଅନ୍ୟଜଣଙ୍କ ଅବସ୍ଥା ଅଧିକ ଜଟିଳ ହେବାରୁ ସେମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ପାଇଁ ସେଠାରେ କୌଣସି ସ୍ୱାସ୍ଥ୍ୟ ବିଭାଗ ଟିମ କିମ୍ବା ଆମ୍ବୁଲାନ୍ସ ରହି ନଥିବା ବ୍ଲକ ଶିକ୍ଷା ଅଧିକାରୀ କହିଥିବା ବେଳେ ବୋଲମ୍ବିତ କାର୍ଯ୍ୟକ୍ରମ ପାଇଁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା କହିଛନ୍ତି । ଚାରି ଜଣ ଗୁରୁତରଙ୍କ ମଧ୍ୟରୁ ଜଣେ ଛାତ୍ରୀ ସୁସ୍ଥ ଥିବା ଜଣାପଡିଛି ।
 

ଏହା ମଧ୍ୟ ପଢନ୍ତୁ ....ପରେଡ ସମୟରେ ଅସୁସ୍ଥ ହେଲେ ଛାତ୍ର, ମହାନତା ଦେଖାଇଲେ ମନ୍ତ୍ରୀ - 78th Independence Day

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.