ରାମୋଜୀ ରାଓଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନିରଞ୍ଜନ ପଟ୍ଟନାୟକ - Tribute To Ramoji Rao

By ETV Bharat Odisha Team

Published : Jun 8, 2024, 10:51 PM IST

thumbnail
Tribute To Ramoji Rao (ETV Bharat Odisha)

Tribute To Ramoji Rao:ଭୁବନେଶ୍ବର: ପରଲୋକରେ ମିଡିଆ ଓ ଫିଲ୍ମ ଦୁନିଆ ବେତାଜ ବାଦଶାହ ତଥା ‘ରାମୋଜୀ ଗ୍ରୁପ’ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସି. ରାମୋଜୀ ରାଓ । ରାମୋଜୀଙ୍କ ଦେହାନ୍ତରେ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଥିବା ବେଳେ ଓଡ଼ିଶାର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । 
ଏହା ମଧ୍ୟ ପଢ଼ନ୍ତୁ...ପରଲୋକରେ ରାମୋଜୀ ରାଓ, ଇଟିଭି ଭାରତ ଓଡ଼ିଶା ବ୍ୟୁରୋ ଅଫିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି 
ରାମୋଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,"ରାମୋଜୀ ରାଓଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୁରଣୀୟ କ୍ଷତି । ଗଣମାଧ୍ୟମ ଜଗତକୁ ତାଙ୍କ ଅବଦାନ ଚିରସ୍ମରଣୀୟ । ଭାରତରେ ଦୂରଦର୍ଶନ ପରେ ଲୋକମାନଙ୍କୁ କିଛି ଭିର୍ଣ୍ଣ ସ୍ୱାଦ ସହ ଯୋଡିଥିଲେ ରାମୋଜୀ ରାଓ । ସେ ସବୁ ଆଞ୍ଚଳିକ ଭାଷାରେ ଗଣମାଧ୍ୟମକୁ ନୂଆ ଦିଗ ଦେଖାଇଥିଲେ । ଯାହାଫଳରେ ସାରା ଦେଶ ତାଙ୍କୁ ମନେ ରଖିବ । ରାମୋଜୀ ରାଓ ଭାରତ ବର୍ଷର ଜଣେ ଆଗ ଧାଡ଼ିର ଗଣମାଧ୍ୟମ ପ୍ରତିଷ୍ଠାତା । ଇନାଡୁ ଏବଂ ଇଟିଭି ଭାରତ ଗ୍ରୁପ ଗଢି ସେ ସାମ୍ବାଦିକତାର ନୂଆ ପରିଭାଷା ସୃଷ୍ଟି କରିଛନ୍ତି । ତାଙ୍କ ପରଲୋକରେ ଆଜି ଭାରତର ବଡ଼ କ୍ଷତି ହୋଇଛି । ଈଶ୍ୱର ତାଙ୍କ ଆତ୍ମାର ସଦଗତି କରିବା ସହ ତାଙ୍କ ପରିବାରକୁ ଧର୍ଯ୍ୟ ଏବଂ ସହିବାର ଶକ୍ତି ଦିଅନ୍ତୁ ।" 
 
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.