ଧରାପଡ଼ିଲା ମଣିଷ ଖିଆ କଲରାପତରିଆ, ୨ଦିନରେ ୯ଜଣଙ୍କୁ କରିଥିଲା ଘାଇଲା

By ETV Bharat Odisha Team

Published : Feb 23, 2024, 9:00 PM IST

thumbnail

Leopard killed in Kirtinagar: ଡେରାଡୁନ: ଉତ୍ତରାଖଣ୍ଡ ଟିହରି ଜିଲ୍ଲା କୀର୍ତ୍ତିନଗର ଅଞ୍ଚଳରେ ଶେଷରେ ବନ ବିଭାଗ ପଞ୍ଝାରେ ପଡିଛି ମଣିଷ ଖିଆ କଲରାପତରିଆ । ଏହି ବନ୍ୟ ହିଂସ୍ର ଜନ୍ତୁଟି ଗତ ୨ ଦିନ ମଧ୍ୟରେ ୯ ଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଏମାନଙ୍କ ମଧ୍ୟରୁ ୪ ଜଣ ବନ କର୍ମଚାରୀ ଥିଲେ । ୨୨ ଫେବୃଆରୀରେ ବାଘ ପାଞ୍ଚ ଜଣ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା । ହେଲେ ସୌଭାଗ୍ୟବଶତଃ ସମସ୍ତେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ । ଏହାପରେ କଲରାପତରିଆକୁ କାବୁ କରିବା ଲାଗି ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା । କୌଣସି ଜୀବନ ନେବା ପୂର୍ବରୁ କଲରାପତରିଆକୁ ଗୁଳି କରି ହତ୍ୟା କରିଛି ବନ ବିଭାଗ । ପ୍ରାୟ ୩ଟି ମଧ୍ୟରୁ ଚତୁର୍ଥ ନମ୍ବର ଗୁଳିଟି ବାଘ ଶରୀରେ ବାଜିଥିବା ବେଳେ ତାର ମୃତ୍ୟୁ ହୋଇଛି । ତେବେ ବନ ବିଭାଗ ଆତ୍ମ ରକ୍ଷା କରିବା ଲାଗି ବାଘ ଉପରେ ଗୁଳି କରିଥିବା କହିଛି ।  

ଏହା ବି ପଢନ୍ତୁ- ସୋରିଷ କ୍ଷେତରେ ଲୁଚିଛି ବାଘ, ଧରିବାରେ ନାକେଦମ ବନବିଭାଗ 

ମିଳିଥିବା ସୂଚନା ଅନୁସାରେ ଆଜି ହିଂସ୍ର ପଶୁଟି ଦେବପ୍ରୟାଗ ବିଧାୟକ ବିନୋଦ କଣ୍ଡାରୀଙ୍କ ବାସଭବନରେ ପ୍ରବେଶ କରିଥିଲା । ଏହାପରେ ବିଧାୟକ ଉପସ୍ଥିତି ବୁଦ୍ଧି ଖଟାଇ ଉକ୍ତ କୋଠରୀକୁ ବନ୍ଦ କରି ବନ ବିଭାଗକୁ ଖବର ଦେଇଥିଲେ । ହେଲେ ବନ ବିଭାଗ ଟିମ ସେଠାରେ ପହଞ୍ଚିବା ପୂର୍ବରୁ ବାଘ ଝରକା ଦେଇ ଚମ୍ପଟ ମାରିଥିଲା । ବାଘକୁ କାବୁ କରିବା ସମୟରେ ୪ଜଣ ବନ ବିଭାଗ କର୍ମଚାରୀ ଆହତ ହୋଇଛନ୍ତି । ଏହାପରେ ଆତ୍ମରକ୍ଷା ଲାଗି ବାଘ ଉପରେ ଗୁଳି ଚାଳନା କରାଯାଇଥିବା ଜଣାପଡ଼ିଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.