ଆଶ୍ଚର୍ଯ୍ୟ ! ବାଛୁରୀ ପେଟରୁ ବାହାରୁଛି ଗ୍ୟାସ, ହୁତୁହୁତୁ ଜଳୁଛି ନିଆଁ - Cow Calf Generated Gas
🎬 Watch Now: Feature Video
Published : Feb 10, 2024, 7:39 PM IST
କଟକ: ବାଛୁରୀ ପେଟରୁ ବାହାରୁଛି ଅଜଣା ଗ୍ୟାସ । ଏହି ଗ୍ୟାସରେ ଦିଆସିଲି କାଠି ଦ୍ବାରା ନିଆଁ ଲଗାଇଲେ ବେଳେ ଏହା ଆହୁରି ଅଧିକ ମାତ୍ରାରେ ଜଳିବାକୁ ଲାଗୁଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ବାସ୍ତବ । ଏପରି ଘଟଣା ଘଟିଛି କଟକର ଏକ ଶିଵଶକ୍ତି ଗୋ ସେବା ସଂଘରେ । ସୂଚନା ଅନୁସାରେ ଏହି ବାଛୁରୀଟି ସିଡିଏ ଅଞ୍ଚଳରୁ ଉଦ୍ଧାର ହେବା ବେଳେ ସେ ଫାଟୁଆ ରୋଗରେ ପୀଡିତ ରହିଥିଲା । ତେବେ ଚିକିତ୍ସା ହେବା ପରେ ରୋଗ ଭଲ ହୋଇଥିଲା । କିନ୍ତୁ କିଛି ଦିନ ପରେ ପେଟ ଫୁଲିବା ଆରମ୍ଭ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ... ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, କୁକୁର-କୁକୁଡା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ମାଲିକ
ଏହା ଡକ୍ଟରଙ୍କ ଚିକିତ୍ସା ମାଧ୍ୟମରେ ସଙ୍ଗେସଙ୍ଗେ ଚିକିତ୍ସା କଲେ କିଛି ସମୟ ମଧ୍ୟରେ ତାହା ଭଲ ହୋଇଥାଏ । କିନ୍ତୁ ତ୍ବରିତ ଚିକିତ୍ସା ପାଇଁ ବାଛୁରୀ ପେଟରୁ ଯଦି ପବନ କଢ଼ା ଯାଏ ତେବେ ସେ ସୁସ୍ଥ ହୋଇଥାଏ । ତେବେ ପେଟରୁ ପବନ କାଢ଼ିବା ସମୟରେ ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଥିଲା । ଏକ ସିରିଞ୍ଜ ଜରିଆରେ ବାଛୁରୀର ପେଟକୁ ଫୁଟାଇ ବାୟୁ କାଢ଼ିବା ସମୟରେ ପ୍ରବଳ ମାତ୍ରାରେ ଗ୍ୟାସ ବାହାରିଥିଲା । ଯାହା ଦ୍ବାରା ଅଗ୍ନି ସଂଯୋଗ ହେଲେ ତାହା ବେଶ ଅଧିକ ଜଳି ଉଠୁଥିଲା । ଏହାକୁ ଦେଖିବାମାତ୍ରେ ଆଶ୍ରମର ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଗୋ ସେବା ସଂଘର ସଦସ୍ୟଙ୍କ କହିବା ମୁତାବକ ଏପରି ଚିକିତ୍ସା କରିବା ପାଇଁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ।
ଇଟିଭି ଭାରତ, କଟକ