ଅଲୋଡା ନବଜାତକ, ଗୋଟିଏ ଦିନର କଅଁଳ ପୁଅକୁ ରାସ୍ତାକଡକୁ ଫିଙ୍ଗିଦେଲା ଜନ୍ମଦାତ୍ରୀ ! - Newborn rescue from Paradeep

By ETV Bharat Odisha Team

Published : Jul 29, 2024, 2:25 PM IST

thumbnail
Newborn rescue from Paradeep (ETV Bharat Odisha)

Fisherman rescued Newborn baby boy from road side ଜଗତସିଂହପୁର: ପୁଣି ଅଲୋଡା ନବଜାତକ ! ରାସ୍ତା କଡରେ ଦିନକର ଶିଶୁକୁ ଫିଙ୍ଗିଲା ହୃଦୟହୀନା ମାଆ ! ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । କିଛିଦିନ ତଳେ ମଣିଜଙ୍ଗl ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବ ଜାତକ ଶିଶୁକନ୍ୟାକୁ ଜନ୍ମଦାତ୍ରୀ ମାଆ ଛାଡି ଚାଲିଯାଇଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ପାରାଦ୍ୱୀପର ରାସ୍ତା କଡରୁ ଦିନକର ନବଜାତ ପୁତ୍ର ଉଦ୍ଧାର ସବୁଠି ଆଲୋଡନ ସୃଷ୍ଟି କରିଛି  । 

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପାରାଦ୍ୱୀପ ଷଣ୍ଢକୁଦ ଅଞ୍ଚଳର ଉତ୍କଳେନ୍ଦୁ ବେହେରା ନାମକ ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇଥିବା ବେଳେ ବାଟରେ ଏକ କୁନି ଛୁଆଁର କୁଆଁ କୁଆଁ ଡାକ ଶୁଣିବାକୁ ପାଇଥିଲେ । ନିକଟକୁ ଯାଇ ଦେଖିଲା ବେଳକୁ ଏକ ନବଜାତ ରାସ୍ତା ନିକଟରେ ପଡିଥିବା ଦେଖିଥିଲେ । ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ଘରକୁ ନେଇ ଆସିଥିଲେ ଉତ୍କଳେନ୍ଦୁ । ପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ଶିଶୁ ସୁରକ୍ଷା ବିଭାଗକୁ ଖବର ଦେଇଥିଲେ । ଶିଶୁ ସୁରକ୍ଷା ବିଭାଗ ହସ୍ପିଟାଲରେ ପହଞ୍ଚି ନବଜାତକଟିକୁ ନିଜ ଅଧିନରେ ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଦିବ୍ୟାଙ୍ଗ ବୋଲି ଅଲୋଡା... ଜନ୍ମିତକୁ ଜଙ୍ଗଲରେ ଛାଡିଦେଲେ ଜନ୍ମଦାତ୍ରୀ ! - Disabled girl rescued from forest

ନବଜାତକଟି ପୁଅ ହୋଇଥିବା ବେଳେ ମାତ୍ର ଗୋଟିଏ ଦିନର ହୋଇଥିବା ଜଣାପଡିଛି । ତେବେ କିଏ କେଉଁଭଳି ପରିସ୍ଥିତିରେ ଏଭଳି ଗୋଟିଏ ଦିନର ନବଜାତକକୁ ରାସ୍ତାରେ ଫିଙ୍ଗି ଦେଇ ଚାଲିଗଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । 

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.