thumbnail

By ETV Bharat Odisha Team

Published : Jun 24, 2024, 11:18 AM IST

Updated : Jun 24, 2024, 1:04 PM IST

ETV Bharat / Videos

ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ, ଶପଥ ନେଉଛନ୍ତି ସାଂସଦ LIVE - LOK SABHA SESSION LIVE

Lok Sabha Session LIVE: ନୂଆଦିଲ୍ଲୀ: ଆରମ୍ଭ ହେଲା ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ । ସାଧାରଣ ନିର୍ବାଚନ ଶେଷ ହେବା ପରେ ଆଜିଠାରୁ ନବଗଠିତ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବରେ ଗୃହରେ ଅଧ୍ୟକ୍ଷତା କରୁଛନ୍ତି । ପ୍ରଥମେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । ଆଜି ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ସାଂସଦମାନେ କାମଚଳା ବାଚସ୍ପତିଙ୍କ ଦ୍ବାରା ଶପଥ ନେବେ । ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି । 28 ତାରିଖରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମିଳିତ ଗୃହକୁ ସମ୍ବୋଧିତ କରିବେ । ଏହା ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର ରହିଛି । ଦେଖନ୍ତୁ ଲୋକସଭାରୁ LIVE...
Last Updated : Jun 24, 2024, 1:04 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.