ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ପାଳିତ ହେଲା ‘ବିଶିଷ୍ଟ ରେଳ ସେବା ପୁରସ୍କାର-୨୦୨୪’ ମହୋତ୍ସବ । ଗତକାଲି (ଶନିବାର) ଭୁବନେଶ୍ୱରର ରେଳ ଅଡିଟୋରିୟମରେ ରେଳ କର୍ମଚାରୀଙ୍କ ଅତୁଳନୀୟ ସେବା ତଥା ଉତ୍ସର୍ଗୀକୃତତା ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୪୯ ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି । ସେହିପରି ପୁରୀ ଏବଂ ହରିଦାସପୁର ଷ୍ଟେସନକୁ ସ୍ବଚ୍ଛ ଷ୍ଟେସନ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।
- ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୪:
ଏହି କାର୍ଯ୍ୟକ୍ରମରେ ମୋଟ ୪୯ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି । ଏହାସହିତ ସେମାନଙ୍କ ସୀକୃତି ପ୍ରଦାନ କରାଯିବା ସହ ବିଭିନ୍ନ ରେଳ ମଣ୍ଡଳ ଏବଂ ରେଳ ୟୁନିଟଗୁଡିକର କାର୍ଯ୍ୟ ଦକ୍ଷତା ପାଇଁ ବିଭିନ୍ନ ଦକ୍ଷତା ସିଲଡ୍ ପ୍ରଦାନ କରାଯାଇଛି । ରେଳସେବାର ଲକ୍ଷ୍ୟ ପୂରଣ କରିବାରେ ସେମାନଙ୍କର ନିରନ୍ତର ଉଦ୍ୟମକୁ ସମ୍ମାନ ଜଣାଇଛି ରେଳବାଇ । ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି ।
![Railway Employees Honored](https://etvbharatimages.akamaized.net/etvbharat/prod-images/02-02-2025/od-bbsr-02-railways-workers-award-7206049_01022025181610_0102f_1738413970_221.jpg)
- ସମ୍ବଲପୁର ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲଡ୍ ପୁରସ୍କାର :
ସମ୍ବଲପୁର ରେଳ ମଣ୍ଡଳକୁ ସାମଗ୍ରିକ ଦକ୍ଷତା ସିଲ୍ଡ ଦ୍ୱାରା ସମ୍ମାନିତ କରାଯାଇଛି । ତେବେ ଉଚ୍ଚକୋଟୀର କାର୍ଯ୍ୟ ଏବଂ ସେବା ବଜାୟ ରଖିବା ନେଇ ସମ୍ମାନିତ ହୋଇଛି ସମ୍ବଲପୁର ରେଳବାଇ ।
ଶ୍ରେଷ୍ଠ କ୍ଲିନ୍ ଷ୍ଟେସନ୍ ସିଲଡସ:
ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅଧୀନରେ ଥିବା ପୁରୀ ଏବଂ ହରିଦାସପୁର ଷ୍ଟେସନକୁ ପରିଷ୍କାର ପରିଚ୍ଛନ୍ନତା ପାଇଁ ମାନ୍ୟତା ଦିଆଯାଇଛି । ପୁରୀ ଷ୍ଟେସନକୁ ବଡ଼ ଷ୍ଟେସନ ସ୍ୱଚ୍ଛତା ସିଲ୍ଡ ଏବଂ ହରିଦାସପୁର ଷ୍ଟେସନକୁ ଛୋଟ ଷ୍ଟେସନ ସ୍ୱଚ୍ଛତା ସିଲ୍ଡ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।
ଏହା ବି ପଢନ୍ତୁ...4 ବିଶିଷ୍ଟ ଓଡିଆ ପାଇବେ ପଦ୍ମ ସମ୍ମାନ-2025
ଏହା ବି ପଢନ୍ତୁ...ସେବା ପାଇଁ ସମ୍ମାନ: ଓଡ଼ିଶାରୁ ୫ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର, ରାଜ୍ୟରୁ ମୋଟ ୨୯
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରେଳ କର୍ମଚାରୀଙ୍କୁ କହିଛନ୍ତି, "ସେମାନଙ୍କ ପ୍ରତିବଦ୍ଧତା ଏବଂ ଦାୟିତ୍ୱ ପୂରଣ କରିବାରେ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଫୁଙ୍କୱାଲ ଗୁରୁତ୍ୱାରୋପ କରିଛନ୍ତି । କାର୍ଯ୍ୟକ୍ଷମତା ହାସଲ କରିବାରେ ନିରନ୍ତର ଉତ୍ସର୍ଗୀକୃତ ରହିବାକୁ କର୍ମଚାରୀମାନଙ୍କୁ ଉପଦେଶ ଦେଇଛନ୍ତି । ବିଶିଷ୍ଟ ରେଳ ସେବା ପୁରସ୍କର-୨୦୨୪ ସମାରୋହରେ ପୂର୍ବତଟ ରେଳପଥର ଲୁକ୍କାୟିତ ପ୍ରତିଭାମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ପୁରସ୍କୃତ କରାଯାଇଛି ।’’
ଇଟିଭି ଭାରତ, ଭୁବନେଶ୍ବର