ମୋବାଇଲ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ - ନବରଙ୍ଗପୁରରେ ଅଗ୍ନିକାଣ୍ଡ
🎬 Watch Now: Feature Video

Published : Feb 25, 2024, 11:11 PM IST
Fire Accident Causes loss of Property at Mobile shop in Nabarangpur : ନବରଙ୍ଗପୁର: ମୋବାଇଲ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି l ନବରଙ୍ଗପୁରର ବସଷ୍ଟାଣ୍ଡ ନିକଟ ଜେଇଏଲସି କମ୍ପ୍ଲେକ୍ସର କେଦାର ମୋବାଇଲ ଦୋକାନରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ... ଜଳିଗଲା ଘର ବଞ୍ଚିଗଲା ଜୀବନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
ନିଆଁ ଲାଗି ଦୋକାନ ଭିତରେ ଥିବା ସମସ୍ତ ଦାମି ମୋବାଇଲ, କମ୍ପ୍ୟୁଟର, ଏସେସୋରିଜ, ଆଲୁମିନିୟମ ରେକ, ଟଙ୍କା, ସ୍ମାର୍ଟ ମୋବାଇଲ ହ୍ୟାଣ୍ଡ ସେଟ, ଗ୍ଲାସ ଆଦି ପୋଡ଼ିଯାଇଛି । ପାଖାପାଖି ୧୫ରୁ ୨୦ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଦୋକାନକୁ ଆସିବା ସମୟ ଦୋକାନୀ କେଦାର ମହାପାତ୍ର ଅନ୍ୟ ଦ୍ବାରା ଖବର ପାଇଥିଲେ। ସେ ପହଞ୍ଚିବାର ଏକ ଘଣ୍ଟା ପରେ ଦମକଳ ବାହିନୀର ଗାଡି ପହଞ୍ଚିଥିଲା। ସେତେବେଳକୁ ଦୋକାନର ଅଧିକାଂଶ ଜିନିଷ ନିଆଁରେ ପୋଡି ଯାଇଥିଲା। ଟାଟା ପାଓ୍ବାରର ମନମୂଖି ଯୋଗୁଁ ଏହି ଭଳି ଅବସ୍ଥା ଘଟିଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି କେଦାର ମହାପାତ୍ର ।
ଇଟିଭି ଭାରତ, ନବରଙ୍ଗପୁର