ବାଲୁକା କଳାରେ ରତ୍ନଭଣ୍ଡାର ସୁରକ୍ଷା ଦାବି କଲେ ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ - Save Ratna Bhandar Sand Art

By ETV Bharat Odisha Team

Published : Jun 23, 2024, 11:09 PM IST

thumbnail
Ratna Bhandar (ETV Bharat Odisha)

Sand Artist Sudarsan Pattnaik: ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଉଠିଲା ଦାବି । ରତ୍ନଭଣ୍ଡାରକୁ ଖୋଲାଯାଇ ଏହାର ମରାମତି କରିବା ପାଇଁ ଦାବି କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚ୍‌ରେ ଏହି ପ୍ରସଙ୍ଗରେ ଏକ ବାଲୁକା ଚିତ୍ରକଳା କରି ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଅନୁରୋଧ କରିଛନ୍ତି । ସୁଦର୍ଶନ କହିଛନ୍ତି ଯେ, ଗତ 2018 ମସିହାର ଏଏସଆଇର ରିପୋର୍ଟ୍ କହୁଛି ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ରତ୍ନଭଣ୍ଡାର ଛାତରୁ ପାଣି ଗଳୁଥିବା ବେଳେ ଛାତ ଦୁର୍ବଳ ଅବସ୍ଥାରେ ରହିଛି । ଅନେକ ସ୍ଥାନରେ ଫାଟ ରହିଛି । ପଥର ବି ଖସିଥିବା ଏଏସଆଇ ରିପୋର୍ଟ୍‌ରେ ଉଲ୍ଲେଖ ଅଛି । ହେଲେ ଦୁର୍ଭାଗ୍ୟର ବିଷୟ ପୂର୍ବ ସରକାର ରତ୍ନଭଣ୍ଡାରର ମରାମତି ନେଇ କୌଣସି ପଦକ୍ଷେପ ନେଲେ ନାହିଁ । ନୁଆ ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲାଯାଇ ମରାମତି ହେବ ବୋଲି ସବୁ ଭକ୍ତଙ୍କ ଆଶା ରହିଛି । ଯେହେତୁ ବିଜେପି ସରକାର ଗଠନ ହେବାର କିଛି ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ଵାର ଭକ୍ତଙ୍କ ପାଇଁ ଖୋଲିଛି ତେଣୁ ଭକ୍ତଙ୍କ ବିଶ୍ୱାସ ରହିଛି ଯେ, ବିଜେପି ସରକାର ରତ୍ନଭଣ୍ଡାର ଖୋଲି ଏହାର ମରାମତି କରିବେ । ଶ୍ରୀମନ୍ଦିର ସୁରକ୍ଷା ହେଉଛି ଓଡ଼ିଆଙ୍କ ପ୍ରାଥମିକ କାର୍ଯ୍ୟ । ଓଡ଼ିଆ ଜାତିର ପରିଚୟ, ଗର୍ବ ହେଉଛନ୍ତି ମହାପ୍ରଭୁ ଶ୍ରଜଗନ୍ନାଥ ଓ ଶ୍ରୀମନ୍ଦିର । ତେଣୁ ଏହାର ସୁରକ୍ଷା ହେଉଛି ପ୍ରାଥମିକ କାର୍ଯ୍ୟ । ବିଳମ୍ବ ନ କରି  ରତ୍ନଭଣ୍ଡାର ଖୋଲି ମରାମତି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ଏହା ମଧ୍ୟ ପଢ଼ନ୍ତୁ...ସକାଳେ ହଁ ସନ୍ଧ୍ୟାରେ ନାଁ ! ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର, ଆଇନ ମନ୍ତ୍ରୀଙ୍କ ବଡ ବୟାନ - Srimandir Ratna Bhandar
ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.