ଅନୁଗୋଳରେ କଂଗ୍ରେସର ସରପ୍ରାଇଜ କାର୍ଡ, ପ୍ରଥମ ଥର ନିର୍ବାଚନ ଲଢିବେ ଅମ୍ବିକା ଭଟ୍ଟ - Odisha Assembly Election

By ETV Bharat Odisha Team

Published : Apr 15, 2024, 1:13 PM IST

thumbnail

Odisha Assembly Election: ଅନୁଗୋଳ: କଂଗ୍ରେସ ଓଡ଼ିଶାର ଆଉ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ଅନୁଗୋଳରୁ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇଥିବା ଅମ୍ବିକା ପ୍ରସାଦ ଭଟ୍ଟଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ଅମ୍ବିକା ନୂତନ କରି ଦାୟିତ୍ୱ ନେବା ପରେ ପରେ ତାଙ୍କ ଉପରେ ଦଳ ଭରସା କରିଥିବାରୁ ଏନେଇ ସେ ଦଳର କେନ୍ଦ୍ରୀୟ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ସମସ୍ତଙ୍କୁ ସାଥିରେ ନେଇ ସେ ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି । ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କେବଳ ପାଲଲହଡାକୁ ଛାଡି ଅନ୍ୟ ୪ଟି ଯାକ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । ଅନୁଗୋଳ ବିଧାନସଭା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ଭଟ୍ଟଙ୍କୁ ସୁଯୋଗ ଦେଇଛି ଦଳ । ଗତ ୧୯୯୦ରୁ କଂଗ୍ରେସ ଦଳର ବିଭିନ୍ନ ପଦପଦବୀରେ ଥିବା ଅମ୍ବିକା ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାର ସୁଯୋଗ ପାଇଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ତଳସରା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ପ୍ରବୋଧ ତିର୍କୀଙ୍କ ସ୍ଥାନରେ ଦେବେନ୍ଦ୍ର ଭିତିରିଆ
ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.