ଡିଜିଟାଲ ଡାଏଲଗ୍‌: 'ରାହୁଲଙ୍କ ନ୍ୟାୟ ଯାତ୍ରା ପ୍ରଭାବ ୨୦୨୪ ନିର୍ବାଚନରେ ପଡିବ, ସରକାର ଗଢ଼ିବ କଂଗ୍ରେସ' - Jayadev Jena on General Election

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 10, 2024, 5:02 PM IST

Exclusive Interview with Jayadev Jena: ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ପ୍ରଭାବ ନିର୍ବାଚନ ଉପରେ ପଡିବ ଏବଂ କଂଗ୍ରେସ ୨୦୨୪ରେ ରାଜ୍ୟରେ ସରକାର ଗଠନ କରିବ ବୋଲି ଇଟିଭି ଭାରତ ଡିଜିଟାଲ ଡାଏଲଗ୍‌ କାର୍ଯ୍ୟକ୍ରମରେ କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ସେ କହିଛନ୍ତି, "ରାଜ୍ୟରେ ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟ ସରକାର ଚାଲିଛି । ବିଜେପି ସହ ଭିତିରିଆ ମେଣ୍ଟ କରି ଶାସନ ଚାଲିଛି । ଯାହା ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ ପ୍ରମାଣ ହୋଇଛି । ରାହୁଲ ଗାନ୍ଧୀ ମଧ୍ୟ ସମାନ କଥା କହିଛନ୍ତି । ଓଡ଼ିଶାରେ ରାହୁଲଙ୍କ ପ୍ରତି ଜନ ସମର୍ଥନ ରହିଥିବା ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପ୍ରମାଣିତ ହୋଇଛି । ଏହାର ସିଧା ପ୍ରଭାବ ଲୋକ ତଥା କର୍ମୀଙ୍କ ଉପରେ ପଡିବ । ୨୦୨୪ ନିର୍ବାଚନରେ ଯେଉଁ ଫଳାଫଳ ଆସିବ, ସେଥିରେ ଏହା ପ୍ରତିଫଳିତ ହେବ । ଖଡ୍‌ଗେ ଜି ଓ ରାହୁଲ ଗାନ୍ଧୀ ବାରମ୍ବାର ଓଡ଼ିଶା ଆସିବେ । ରାହୁଲଙ୍କ ଏହି ଗସ୍ତ ପରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଆସିବେ । ଲୋକେ ବୁଝି ସାରିଲେଣି ବିଜେପି ଓ ବିଜେଡିର ସମ୍ପର୍କ କଣ । ୨୦୨୪ରେ ବିକଳ୍ପ ଭାବେ ଲୋକେ କଂଗ୍ରେସକୁ ଭୋଟ୍ ଦେବେ ।" ଦେଖନ୍ତୁ ନିର୍ବାଚନରେ କଂଗ୍ରେସର ଆଭିମୁଖ୍ୟ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡ଼ିଶାର ବ୍ୟୁରୋ ଚିଫ୍‌ ଲାଲମୋହନ ପଣ୍ଡା...

ଏହା ମଧ୍ୟ ପଢ଼ନ୍ତୁ...ଡିଜିଟାଲ ଡାଏଲଗ: 2024 ନିର୍ବାଚନରେ ଗମାଙ୍ଗ ପରିବାରକୁ ମିଳିବ 2ଟି ଟିକେଟ !

ଏହା ମଧ୍ୟ ପଢ଼ନ୍ତୁ...ରାହୁଲଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ପାରୁନି କଂଗ୍ରେସ: ରାଜନୀତି ସମୀକ୍ଷକ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.