ପ୍ରତିଶ୍ରୁତି ଦେଇ ଭୁଲିଯାଉଥିବା ନେତାଙ୍କୁ ଦେବୁନି ଭୋଟ: ଜନତା - 2024 Election Nuapada
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/19-03-2024/640-480-21021772-thumbnail-16x9-nuapada.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 19, 2024, 8:42 PM IST
ନୂଆପଡା: ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଗାଁଗୁଡିକରେ ନିର୍ବାଚନ ଚର୍ଚ୍ଚା ଜୋର ଧରିଛି । ଲୋକେ ଚା ଦୋକାନ ପାନ ଦୋକାନରେ ବସି ନିଜ ନିଜ ମଧ୍ୟରେ ରାଜନୀତି ଚର୍ଚ୍ଚା କରୁଥିବା ଦେଖାଦେଇଛି । ଗ୍ରାଉଣ୍ଡ ଜିରୋରେ ନିର୍ବାଚନ ପାଣିପାଗ ପରଖିବା ପାଇଁ ସାନ ମହେଶ୍ୱର ବଷ୍ଟାଣ୍ଡରେ ପହଞ୍ଚିଛନ୍ତି ଆମ ନୂଆପଡା ପ୍ରତିନିଧି ମୋତିଲାଲ ବାଗ । ସେଠାରେ କିଛି ବରିଷ୍ଠ ନାଗରିକଙ୍କ ସହିତ ନିର୍ବାଚନ ପାଣିପାଗ ଉପରେ ଆଲୋଚନା କରିଛନ୍ତି । ଲୋକେ ନିର୍ବାଚନକୁ ନେଇ ସଚେତନ ରହିଥିବା ବେଳେ, ଏଥର ମନ ପସନ୍ଦର ପ୍ରାର୍ଥୀକୁ ଭୋଟ ଦେଇ ବିଜୟୀ କରିବେ ବୋଲି କହିଛନ୍ତି । ଲୋକମାନଙ୍କ କହିବାନୁଯାୟୀ, ନେତାଏ ନିର୍ବାଚନ ସମୟ ଆସିଲେ ଗାଁ ମୁହାଁ ହୋଇଥାନ୍ତି । ପିଲା ଠାରୁ ବୟସ୍କ ସମସ୍ତଙ୍କୁ ମୁଣ୍ଡିଆ ମାରି ନେହୁରା ହୋଇଥାନ୍ତି । ଗାଁ ସମସ୍ୟାର ସମାଧାନ ନେଇ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଥାନ୍ତି । ହେଲେ ନିର୍ବାଚନ ଶେଷ ହୋଇଗଲେ ନେତାଙ୍କ ଆଉ ଦେଖା ମିଳେନାହିଁ ।
ଏହାମଧ୍ୟ ପଢନ୍ତୁ.. ବିଧାନସଭା ନିର୍ବାଚନ 2024: ବରଗଡ଼ ହେବ କାହାର, ବିଜେଡ଼ି ମାରିବ ବାଜି ନା ଆସିବ ପରିବର୍ତ୍ତନ
ସେହିଭଳି ସରକାର ଯୋଜନା ଉପରେ ଯୋଜନା କରି ଚାଲିଥିବା ବେଳେ ଚାଷୀଙ୍କ ପାଇଁ କିଛି କରୁନଥିବା ବରିଷ୍ଠ ଚାଷୀମାନେ ମତ ଦେଇଛନ୍ତି । ଏଥର ପ୍ରତିଶ୍ରୁତି ଦେଇ ଭୁଲିଯାଉଥିବା ନେତାଙ୍କୁ ଭୋଟ ଦେବେ ନାହିଁ । ଯିଏ ଚାଷୀଙ୍କ ହିତ ପାଇଁ କାମ କରିବ ତାକୁ ଭୋଟ ଦେବେ ବୋଲି ନିର୍ବାଚନୀ ଚର୍ଚ୍ଚାରେ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ନୂଆପଡା