thumbnail

ଏମିତି ବି ଆସେ ମୃତ୍ୟୁ ! ଘରେ ଶୋଇଥିଲେ ବୃଦ୍ଧା ପଶି ଆସିଲା ଟ୍ରକ - Truck Runs Over House

By ETV Bharat Odisha Team

Published : Jul 6, 2024, 7:14 PM IST

Elderly Woman Died As Truck Crashes Into House: ରାଇରଙ୍ଗପୁର: ଘର ଉପରକୁ ମାଡ଼ିଗଲା ୧୨ ଚକିଆ ଟ୍ରକ । ଶୋଇଥିବା ଅବସ୍ଥାରେ କାନ୍ଥ ପଡ଼ି ଯିବାରୁ ବୃଦ୍ଧା ମୃତ । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏଭଳି ଅଘଟଣ । ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମ ଦେଇ ଯାଇଥିବା ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟାଟା ନଗର ପାର୍ଶ୍ବରୁ ଆସୁଥିବା ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡକୁ ଥ‌ିବା ଏକ ଘର ଉପରକୁ ମାଡ଼ି ଯାଇଥିଲା । ଫଳରେ ଘରେ ଶୋଇଥିବା ଅବସ୍ଥାରେ ୬୫ ବର୍ଷର କମଳା ପାତ୍ରଙ୍କ ଉପରେ କାନ୍ଥ ଭୁଶୁଡି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି । 

ଭୋର ୪.୩୦ ସମୟରେ ଉକ୍ତ ଦୁର୍ଘଟଣା ଘଟିଥ‌ିବା ବେଳେ ଘରେ କମଳା ପାତ୍ରଙ୍କ ପରିବାରର ଛୋଟ ଛୁଆ ପିଲାଙ୍କୁ ମିଶାଇ ମୋଟ 7 ଜଣ ଘରେ ଶୋଇଥିଲେ । ଟ୍ରକ ଧକ୍କାରେ କାନ୍ଥ ଭାଙ୍ଗି ମାଟି ପଡ଼ି ଚାପି ହୋଇଯିବାରୁ କମଳା ପାତ୍ର ଗୁରୁତର ଆହତ ହୋଇଥିଲେ । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରେ ଲାଗିଛି ।  ଜାତୀୟ ରାଜପଥ ଅବରୋଧ ଥ‌ିବାରୁ ଦୁଇ ପଟେ ଯାନବାହାନର ଲମ୍ବା ଲାଇନ ଲାଗିଛି । ସାଧାରଣ ଲୋକେ ନାହିଁ ନ ଥୁବା ଅସୁବିଧାର ସମ୍ମୁଖୀନ ହେଉଥ‌ିବା ଦେଖ‌ିବାକୁ ମିଳିଛି । ସେପଟେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । 

ଏହା ମଧ୍ୟ ପଢ଼ନ୍ତୁ...ସୁନ୍ଦରଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଦୁଇ ଡ୍ରାଇଭରଙ୍କ ଜୀବନ - Road Accident In Sundargarh

ଇଟିଭି ଭାରତ, ମୟୂରଭଞ୍ଜ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.