thumbnail

By ETV Bharat Odisha Team

Published : Jun 20, 2024, 1:49 PM IST

ETV Bharat / Videos

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ମୃତକଙ୍କ ପରିବାରକୁ ଦିଆଗଲା କ୍ଷତିପୂରଣ ରାଶି - Elderly Man Died In Elephant Attack

ବୌଦ୍ଧ: ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଜଙ୍ଗଲ ପାହାଡ ଉପରେ ଥିବା ଏକ ଦୁର୍ଗମ ଗ୍ରାମରୁ ଫେରୁଥିବା ବେଳେ ଜଙ୍ଗଲ ଭିତରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳର ବାରିଙ୍ଗି ଗ୍ରାମରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ମୁତାବକ ଜିଲ୍ଲାର ଆଢେଣୀଗଡ ପଞ୍ଚାୟତ ଅନ୍ତର୍ଗତ ବାରିଙ୍ଗି ଗ୍ରାମର ୬୨ବର୍ଷୀୟ କାଶୀନାଥ ପ୍ରଧାନ ଦୁର୍ଗମ ଅଞ୍ଚଳରେ ଥିବା ସୁଲଗା ଗ୍ରାମକୁ ନିଜ ସମ୍ପର୍କୀୟ ଘରକୁ ଯାଇ ଆଉ ଫେରିନଥିଲେ । ଫଳରେ ମଙ୍ଗଳବାର ଦିନ ତମାମ କାଶୀନାଥଙ୍କ ପରିବାର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ପରିବାର ସଦସ୍ୟମାନେ କାଶୀନାଥଙ୍କ ମୃତ ଶରୀରକୁ ଜଙ୍ଗଲ ଅଞ୍ଚଳରେ ଠାବ କରିଥିଲେ । 

ଏହା ମଧ୍ୟ ପଢନ୍ତୁ: ଶୋଇଥିବା ବେଳେ ଦଳିଦେଲା ହାତୀ, ଗୋଟିଏ ପରିବାରର ୩ ମୃତ

ତେବେ ମୃତ ଶରୀର ନିକଟରେ ଏକ ହାତୀପଲ ଜଗି ରହିଥିବାରୁ ପରିବାର ପକ୍ଷରୁ ମାଧପୁର ବନ ବିଭାଗକୁ ଖବର ଦିଆଯାଇଥିଲା । ଶେଷରେ ବନ ବିଭାଗର କର୍ମଚାରୀମାନେ ମୃତ ଶରୀରକୁ ଉଦ୍ଧାର କରି ପୋଲିସର ଜିମା ଦେବା ପରେ ବୁଧବାର ବୌଦ୍ଧଠାରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ବନ ବିଭାଗର ପ୍ରାଥମିକ ତଦନ୍ତରୁ ହାତୀପଲ ଆକ୍ରମଣରୁ କାଶୀନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯିବା ସହ ମୃତକଙ୍କ ପରିବାରକୁ ସରକାରଙ୍କ ନୂତନ ନିୟମ ପ୍ରକାରେ ୬ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ବୁଧବାର ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ 60ହଜାର ଟଙ୍କା ପ୍ରଦାନ କରାଯାଇଛି । ଏନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି ।


ବୌଦ୍ଧ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.