thumbnail

ରଥ ଯାତ୍ରା ବେଳେ ଅଘଟଣକୁ ଏଡାଇବା ପାଇଁ ପୁରୀ ହସ୍ପିଟାଲରେ ବ୍ୟାପକ ବ୍ୟବସ୍ଥା - Rath Yatra mishap 2024

By ETV Bharat Odisha Team

Published : Jul 8, 2024, 10:36 AM IST

Puri Rath Yatra mishap 2024 ପୁରୀ: ରଥ ଟଣା ଆହତଙ୍କୁ ଅଧିକ ଚିକିତ୍ସା ସେବା ଯୋଗାଇ ଦେବାକୁ ପୁରୀ ମେଡ଼ିକାଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲି ରଥ ଟାଣିବା ବେଳେ ପ୍ରଭୁ ବଲଭଦ୍ରଙ୍କ ରଥ ନିକଟରେ ଦଳା ଚକଟା ଘଟଣାରେ ଶତାଧିକ ଭକ୍ତ ଆହତ ହୋଇଥିବା ବେଳେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଥିଲା । ମୃତ ଭକ୍ତ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବ୍ରାହ୍ମଣି ଗ୍ରାମ ର ଲଳିତ ବଗର୍ତ୍ତି ( 55) । 

ଏହାମଧ୍ୟ ପଢନ୍ତୁ.. ଚାଲିଥିଲା ରଥଟଣା: ପହଞ୍ଚିଲା ଆମ୍ବୁଲାନ୍ସ, ଆଉ ତା' ପରେ... - Human Corridor For Ambulance

ଏହି ଘଟଣା ପରେ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି ରଥ ଟାଣିବା ବେଳେ ଆଉ କୌଣସି ଅଘଟଣ ନ ଘଟେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ । ସେହି ଅନୁଯାୟୀ ପୁରୀ ମେଡ଼ିକାଲରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ତେବେ ପୁରୀ ମେଡିକାଲରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

ବ୍ୟୁରୋ ରିପୋର୍ଟ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.