ଇସ୍ପାତ ନଗରୀରେ ଇଟ ରାଇଟ ଷ୍ଟ୍ରିଟ୍ ଫୁଡ୍ ମେଳା, ନାଚଗୀତରେ ଜମିଲା ଆସର - ଇଟ ରାଇଟ ଷ୍ଟ୍ରିଟ୍ ଫୁଡ୍ ମେଳା
🎬 Watch Now: Feature Video
Published : Jan 25, 2024, 7:57 AM IST
Eat right street food mela:ରାଉରକେଲା: ସ୍ବାସ୍ଥ୍ୟକର ଓ ସ୍ବଦେଶୀ ଖାଦ୍ୟ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଉରକେଲାରେ ଆରମ୍ଭ ହୋଇଯାଇଛି ଇଟ ରାଇଟ୍ ଷ୍ଟ୍ରିଟ ଫୁଡ୍ ମେଳା । ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ତରଫରୁ ସହରର ସ୍ଥାନୀୟ ବାସନ୍ତୀ କଲୋନୀ ଡିଏଭି ପୋଖରୀ ନିକଟରେ ଗତକାଲି(ବୁଧବାର) ଠାରୁ ଏହି ଫୁଡ ମେଳା ଆରମ୍ଭ ହୋଇଛି । ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମାମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରାଉରକେଲାବାସୀ ସ୍ଵାଦିଷ୍ଟ ଖାଦ୍ୟର ଅନୋଖା ସ୍ଵାଦ ଚାଖିବା ସହ ନୃତ୍ୟଗୀତର ମଜା ନେଉଛନ୍ତି ଦର୍ଶକ । ତେବେ ଚଳିତ ବର୍ଷ ଫୁଡ୍ ମେଳାରେ ମୋଟ ୪୦ଟି ଷ୍ଟଲ୍ ରହିଛି । ସେଥି ମଧ୍ୟରୁ ଏସଏଚଜି ମାନଙ୍କ ଦ୍ଵାରା ୭ଟି ଷ୍ଟଲରେ ଖାଦ୍ୟ ପଦାର୍ଥ ବିକ୍ରୟ କରାଯାଉଥିବା ବେଳେ ୨ଟି ଷ୍ଟଲରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବ୍ୟଞ୍ଜନର ବିକ୍ରୟ କରାଯାଉଛି । ଏଥି ସହ ବିକ୍ରୟ ଖାଦ୍ୟ ପଦାର୍ଥର ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବେ ଖାଦ୍ୟ ଗୁଡ଼ିକର ମାନ ପରୀକ୍ଷା କରାଯାଉଛି । ଗତକାଲି ପ୍ରଥମ ଦିନରେ କଣ୍ଠଶିଳ୍ପୀ ସୋନାଲି ନନ୍ଦ ଏବଂ ତାଙ୍କ ଦଳ ତରଫରୁ ପରିବେଷଣ କରାଯାଇଥିବା ସଙ୍ଗୀତ ଦର୍ଶକମାନଙ୍କୁ ମତୁଆଲା କରିଥିଲା ।
ଏହା ମଧ୍ୟ ପଢନ୍ତୁ-ପାରମ୍ପରିକ ଖାଦ୍ୟରେ ମହକିଲା ମହାବିଦ୍ୟାଳୟ ପରିସର
ଇଟିଭି ଭାରତ, ରାଉରକେଲା