thumbnail

ଆଜି ବିଜୟାଦଶମୀ, ଯାଜପୁରରେ ସିନ୍ଦୂର ଖେଳିଳେ ମହିଳା

By ETV Bharat Odisha Team

Published : 3 hours ago

ଯାଜପୁର: ଆଜି ଶାରଦୀୟ ପାର୍ବଣର ଅନ୍ତିମ ପର୍ବ ଦଶହରା ବା ବିଜୟାଦଶମୀ । ଏହି ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ଦଶମୀ ପୂଜା ନୀତି ଅନୁଷ୍ଠିତ ହେଉଛି । ବ୍ୟାସନଗର ସହରର ବିଭିନ୍ନ ପୂଜାମଣ୍ଡପରେ ବିଜୟାଦଶମୀ ଉପଲକ୍ଷେ ମହିଳା ସିନ୍ଦୁର ଖେଳ,ସାମିଲ ହେଲେ ଅନେକ ସଧବା ମହିଳା । ଆଜି ହେଉଛି ଜଗତ ଜନନୀ ମା’ଦୁର୍ଗାଙ୍କ ବିଜୟାଦଶମୀ ଅର୍ଥାତ ଅପରାଜିତା ପୂଜା । ଏହି ପୂଜା ଉପଲକ୍ଷେ ଆଜି ବ୍ୟାସନଗର ପୌର ପରିଷଦର ବିଭିନ୍ନ ପୂଜା ମଣ୍ଡପରେ ଉଭୟ ବଙ୍ଗୀୟ ଓ ଓଡ଼ିଆ ମହିଳାମାନେ ମିଳିମିଶି ମା’ଙ୍କ ସମ୍ମୁଖରେ ପରସ୍ପରକୁ ସିନ୍ଦୁର ବୋଳି ପରିବାର ମଙ୍ଗଳ କାମନା କରିଛନ୍ତି । ଆଜି ବ୍ୟାସନଗର ସହରର ନହକା, ମୁଣ୍ଡମାଳ, ଚୋରଦା ଓ କହ୍ନେଇପୁର ଅଞ୍ଚଳରେ ସିନ୍ଦୂର ଖେଳ ପରେ ଘଟ ବିସର୍ଜନ କରାଯାଇଛି । ସେପଟେ ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍ଥାନରେ ମା’ଙ୍କ ଭସାଣି ଉତ୍ସବ ଆରମ୍ଭ ହେବ ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.