thumbnail

ମହାସପ୍ତମୀ; କାହିଁକି ନବପତ୍ରିକା ପୂଜା କରାଯାଏ, କ'ଣ ରହିଛି ପରମ୍ପରା ?

By ETV Bharat Odisha Team

Published : 3 hours ago

କଟକ: ଆଜି ମହମାୟାଙ୍କ ମହାସପ୍ତମୀ ପୂଜା । ଏହି ଅବସରରେ ସମସ୍ତ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ସପ୍ତମୀ ବିହିତ ପୂଜା । ନଦୀ କୂଳରେ ଘଟ ପୂଜା କରାଯାଇ ମା'ଙ୍କୁ ଆବାହନ କରାଯିବାର ପରମ୍ପରା ରହିଛି । ସେହିପରି ନବପତ୍ରିକା ପୂଜା କରିବାର ମଧ୍ୟ ପରମ୍ପରା ରହିଛି । କଦଳୀ ଗଛକୁ ମା'ଙ୍କ ରୂପରେ ବିବେଚିତ କରାଯାଇଥାଏ । ଏଥିରେ ଯୁଗ୍ମ ବେଲକୁ ରଖି ଏକ ହଳଦିଆ ଶାଢୀରେ ସଜା ଯାଇଥାଏ । ନବପତ୍ରିକାକୁ ମା'ଙ୍କ ରୂପରେ ପୂଜା କରାଯାଇଥାଏ ।କେବଳ ସେତିକି ନୁହେଁ, ମା'ଙ୍କୁ ନଦୀ କୂଳରୁ ପୂଜା ସାରିବା ପରେ ସବାରୀ ମଧ୍ୟରେ ମଣ୍ଡପ ନିକଟକୁ ଆଣାଯାଇଥାଏ । ଘଟ ପୂଜା କରିବା ପରେ ମା'ଙ୍କର ସପ୍ତମୀ ବିହିତ ପୂଜା ପ୍ରକ୍ରିୟା ଆରମ୍ଭ ହୋଇଥାଏ । ସୂର୍ଯ୍ୟ ପୂଜା ପରେ ଚକ୍ଷୁ ଦାନ କରିବାର ପରମ୍ପରା ମଧ୍ୟ ରହିଛି । ତେବେ ମଣ୍ଡପରେ ଆଜି ଚଣ୍ଡୀପାଠ ମଧ୍ୟ ଆରମ୍ଭ ହୋଇଥାଏ ।

ଚଳିତବର୍ଷ ରାମଗଡ଼ ପୂଜା ମଣ୍ଡପ ପ୍ରଥମ ଥର ପାଇଁ ଚାନ୍ଦି ମେଢ଼ରେ ସାମିଲ ହୋଇଛି । ସହରର ୧୭୦ଟି ପୂଜା ମଣ୍ଡପ ମଧ୍ୟରେ ୩୪ଟି ଚାନ୍ଦି ମେଢ଼ ରହିଛି ।ଏହି ଶେଷ ନମ୍ବର ଅର୍ଥାତ ୩୪ ନମ୍ବର ଚାନ୍ଦି ମେଢ଼ ଭାବରେ ରାମଗଡ଼ ପୂଜା ମଣ୍ଡପ ସାମିଲ ହୋଇଛି । ତେବେ ସପ୍ତମୀ ବିହିତ ପୂଜାର ରୀତିନୀତି କଣ ? କାହିଁକି ଘଟ ପୂଜା କରାଯାଏ ? ନବପତ୍ରିକା କଣ ? ଏହି ତମାମ ପ୍ରସଙ୍ଗରେ ରାମଗଡ଼ ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ଏହା ମଧ୍ୟ ପଢନ୍ତୁ.....କାହିଁକି ହୁଏ ବେଲବରଣୀ ? ଷଷ୍ଠୀ ପୂଜାର ବିଶେଷତ୍ବ ଜାଣନ୍ତୁ 

ଇଟିଭି ଭାରତ,କଟକ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.