thumbnail

ଆଜି ବିଜୟାଦଶମୀ, ମଙ୍ଗଳାବାଗ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜା

By ETV Bharat Odisha Team

Published : 2 hours ago

କଟକ: ଆଜି ପବିତ୍ର ବିଜୟା ଦଶମୀ । ଶାରଦୀୟ ପାର୍ବଣର ଅନ୍ତିମ ପର୍ବ । ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ । ଏହି କ୍ରମରେ ଆଜି ମା‘ଙ୍କର ଦଶମୀ ପୂଜା ପାଇଁ ଚଳଚଞ୍ଚଳ ସମସ୍ତ ପୂଜା ମଣ୍ଡପ । ଗତକାଲି ଅନେକ ମଣ୍ଡପରେ ମା’ଙ୍କ ଦଶମୀ ପୂଜା କରାଯାଇଛି । ବିଶେଷ କରି ବଙ୍ଗୀୟ ପରମ୍ପରା ଅନୁଯାୟୀ ଯେଉଁ ମଣ୍ଡପରେ ପୂଜା କରାଯାଇଥାଏ, ସେହି ମଣ୍ଡପଗୁଡିକରେ ଆଜି ଦଶମୀ ପୂଜା କରାଯାଇଛି । କିଛି ସ୍ଥାନୀୟ ବଙ୍ଗୀୟ ମହିଳାମାନେ ସିନ୍ଦୂର ଖେଳ ମଧ୍ୟ ଖେଳିବାର ପରମ୍ପରା ରହିଛି । ଏହିକ୍ରମରେ ଆଜି କଟକର ପ୍ରସିଦ୍ଧ ମଙ୍ଗଳାବାଗ ପୂଜା ମଣ୍ଡପରେ ମା’ଙ୍କର ଦଶମୀ ପୂଜା ନୀତି ଅନୁଷ୍ଠିତ ହୋଇଛି । ଶ୍ରଦ୍ଧାଳୁମାନେ ମଣ୍ଡପରେ ମା’ଙ୍କ ଦର୍ଶନ କରୁଛନ୍ତି । ତେବେ ମଙ୍ଗଳାବାଗ ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.