ଢେଙ୍କାନାଳରେ ଦୋଳ ଉତ୍ସବ, ଲଉଡି ଖେଳ ସହ ରାଧାକୃଷ୍ଣଙ୍କ ଚାଞ୍ଚରି ପରିଭ୍ରମଣ - DOLA UTSAV - DOLA UTSAV

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 26, 2024, 3:56 PM IST

Dola Purnima Celebration In Dhenkanal: ଢେଙ୍କାନାଳ: ଓଡ଼ିଆ ପରମ୍ପରାରେ ଦୋଳ ଉତ୍ସବର ସ୍ବତନ୍ତ୍ରତା ରହି ଆସିଛି । ଆମ ଓଡ଼ିଆ ସଂସ୍କୃତିରେ ଗୋପାଳ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ପାରମ୍ପରିକ ବାର୍ଷିକ ଉତ୍ସବ ଭାବେ ପାଳିଥାନ୍ତି । ଫଳରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଦୋଳ ଉତ୍ସବ ଢେଙ୍କାନାଳ ଜିଲ୍ଲାରେ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ବିଶେଷ କରି ଜିଲ୍ଲାର ଓଡ଼ପଡା ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଚଳିତ ବର୍ଷ ଏହି ଦୋଳ ପର୍ବକୁ ବେଶ ଯାକଜମକରେ ପାଳନ କରିଛନ୍ତି । ଏହି ଗ୍ରାମର ମେଳଣ ପଡିଆରେ ଆଖ ପାଖ ଗ୍ରାମର ସମସ୍ତ ବିମାନରେ ରାଧା କୃଷ୍ଣଙ୍କୁ ଚାଂଚରି ପରିଭ୍ରମଣ ପରେ ମେଳଣ ପଡ଼ିଆରେ ପହଞ୍ଚିଥିଲେ । ପରେ ମେଳଣ କରି ବିଭିନ୍ନ ପାରମ୍ପରିକ ବେଶ ଭୂଷାରେ କଳାକାରମାନଙ୍କ ନୃତ୍ୟଗୀତ ଅଞ୍ଚଳବାସୀଙ୍କୁ ବେଶ ବିମୋହିତ କରିଥିଲା ଏହା ସହିତ ଢେଙ୍କାନାଳ ସହରର ଦୋଳମଣ୍ଡପ ସାହିରେ ସେମାନଙ୍କର ପାରମ୍ପରିକ ଦୋଳ ଉତ୍ସବ ପାଳନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ସବୁଠି ଜମୁଛି ସେଲିବ୍ରେସନ, ଅବିର ଲଗାଇ ଧୁମଧାମରେ ହୋଲି ଖେଳୁଛନ୍ତି ଲୋକେ - Holi 2024

ପରମ୍ପରା ମୁତାବକ ଫଗୁ ଦଶମୀରୁ ଦୋଳ ବିମାନରେ ରାଧାକୃଷ୍ଣଙ୍କୁ ନେଇ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ କୀର୍ତ୍ତନ କରି ସାହି ପରିକ୍ରମା କରାଇଛନ୍ତି ଅଞ୍ଚଳବାସୀ । ଦୋଳ ଅବସରରେ ଦୋଳମଣ୍ଡପରେ ରାଧା କୃଷ୍ଣଙ୍କୁ ଦୋଳିରେ ଝୁଲାଇ ନାଚ ଗୀତ ସାଙ୍ଗକୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲଉଡି ଦଳ ଲଉଡି ନୃତ୍ୟ ପରିବେଷଣ କରିଛନ୍ତି । ପରେ ରାଧାକୃଷ୍ଣଙ୍କୁ ବିମାନରେ ଚାଞ୍ଚିରି ବୁଲାଇ ସାହି ସାହି ଦେଇ ଢେଙ୍କାନାଳ ସହରର ପରିକ୍ରମା କରିଛନ୍ତି । ତେବେ ଭଜନ କୀର୍ତ୍ତନ ଓ ଲଉଡି ନୃତ୍ୟରେ ସାରା ସହରର ଏକ ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଥିଲା । ଗୋପାଳ ସମ୍ପ୍ରଦାୟର ଲୋକ ମାନେ ନୂଆ ପୋଷାକ ପିନ୍ଧି ଘରେ ଘରେ ପିଠା ପଣାର ଆସରରେ ନିଜ ପରିବାର ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବଙ୍କ ଯାଏଁ ଦୋଳ ଉତ୍ସବର ମାହୋଲରେ ମଜ୍ଜି ରହିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.