ଦୀପାବଳି ପାଳିଲା ଅଯୋଧ୍ୟା, ସରୟୁ ଘାଟରେ ରାମ ଜ୍ୟୋତି ପ୍ରଜ୍ଜ୍ବଳିତ କଲେ ଶ୍ରଦ୍ଧାଳୁ - ରାମଲାଲା ପ୍ରାଣ ପ୍ରତିଷ୍ଠା
🎬 Watch Now: Feature Video
Published : Jan 22, 2024, 8:24 PM IST
ଅଯୋଧ୍ୟା: ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ପରେ ଉତ୍ସବମୁଖର ଅଯୋଧ୍ୟା ନଗରୀ । ଏହି ଐତିହାସିକ ଦିବସକୁ ଆହୁରି ସ୍ମରଣୀୟ କରିବା ଲାଗି ଦୀପାବଳି ପାଳିଲା ଅଯୋଧ୍ୟା । ସହରରେ 'ରାମ ଜ୍ୟୋତି' ପ୍ରଜ୍ଜ୍ବଳିତ କରାଯାଇଛି । ଫଳରେ ଏକ ଦିବ୍ୟ ମାହୋଲ ସୃଷ୍ଟି ହୋଇଛି । ରାମ ମନ୍ଦିରରେ ଲାଇଟ ଓ ଲେଜର ଶୋ' ହେଉଥିବା ବେଳେ ସରୟୁ ନଦୀକୂଳ ସ୍ଥିତ ଘାଟରେ ଏକାଧିକ ଲୋକ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଲଗାଇବା ଲାଗି ସେଠାରେ ଏକତ୍ରିତ ହୋଇଛନ୍ତି । ସରୟୁ ଘାଟରେ ୱାଟର ଫାଉଣ୍ଟେନ ଶୋ' ମଧ୍ୟ ହେଉଛି । ପ୍ରାଣ ପ୍ରତିଷ୍ଠା ମହୋତ୍ସବର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସକୁ ସ୍ମରଣୀୟ କରିବା ଲାଗି ଦୀପଟିଏ ଜାଳିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ ।
ଏହା ବି ପଢନ୍ତୁ- ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ