ବୌଦ୍ଧରେ ଶ୍ୟାମାକାଳୀ ପୂଜା, ମଣ୍ଡପ ବୁଲି ଜିଲ୍ଲାବାସୀଙ୍କ ପାଇଁ ପ୍ରାର୍ଥନା କଲେ ବିଧାୟକ - BOUDH DIWALI

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 2, 2024, 5:25 PM IST

ବୌଦ୍ଧ: ଆଲୋକର ପର୍ବ ଦୀପାବଳି ପାଇଁ ଉତ୍ସବମୁଖର ଥିଲା ସାରା ଓଡ଼ିଶା । ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା' ଶ୍ୟାମାକାଳୀଙ୍କ ପୂଜା ଉତ୍ସବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିବାବେଳେ ଜିଲ୍ଲା ସଦର ମହକୁମାଠାରେ ସପ୍ତାହେ ଧରି ଅନୁଷ୍ଠିତ ହେଉଛି ଶ୍ୟାମାକାଳୀ ପୂଜା । ବିଭିନ୍ନ ପୂଜା ମଣ୍ଡପ ଆଲୋକ ମାଳାରେ ଝଲସୁଥିବାବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଏହି ଅବସରରେ ବୌଦ୍ଧ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ପହଞ୍ଚି ମା' ଶ୍ୟାମାକାଳୀଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାସହ ବୌଦ୍ଧବାସୀଙ୍କ ପାଇଁ ମା'ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ମା' ଶ୍ୟାମାକାଳୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି । ବିଭିନ୍ନ ପୂଜା ମଣ୍ଡପ ଗୁଡିକ ଆଲୋକମାଳାରେ ଝଲସୁଥିବାବେଳେ ଘରେ ଘରେ ହୋଇଥିବା ରଙ୍ଗୋଲି ବେଶ ଆକର୍ଷଣୀୟ ହୋଇଥିଲା । ଦୀପଦାନ ସହିତ ପାରମ୍ପରିକ ଶୈଳୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ିଆ ଡାକ ଦିଆଯାଇଥିଲା । ବିଶେଷ ଭାବରେ ଭୁଲିଆ ସଂପ୍ରଦାୟର ବଡ଼ବଡ଼ିଆ ଡାକ ବେଶ ଆକର୍ଷଣୀୟ ହୋଇଥାଏ । ଜିଲ୍ଲା ସଦରମହକୁମା ଠାରେ ଅନୁଷ୍ଠିତ ମା' ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ ସ୍ଥାନୀୟ ଭୈରବୀ ମାର୍କେଟ ଓ ଶିବାନୀ ମାର୍କେଟଠାରେ ଦୀର୍ଘ ସାତ ଦିନ ଧରି ଅନୁଷ୍ଠିତ ହେଉଛି  ଏହି ପୂଜା । 

ଏହା ମଧ୍ୟ ପଢ଼଼ନ୍ତୁ...କାଳୀପୂଜାରେ ଚଳଚଞ୍ଚଳ ମା' ଦକ୍ଷିଣକାଳୀଙ୍କ ପୀଠ, ମଧ୍ୟରାତ୍ରରୁ ଚାଲିଛି ପୂଜାର୍ଚ୍ଚନା

ଏହା ମଧ୍ୟ ପଢ଼଼ନ୍ତୁ...ଭଦ୍ରକାଳୀଙ୍କ ମହାକାଳୀ ବେଶ, ଭକ୍ତଙ୍କୁ ଶାନ୍ତ ରଖିବାକୁ ମାଆଙ୍କ ଉଗ୍ରରୂପ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.