କନ୍ଧମାଳରେ ଜନଜାତି କ୍ରୀଡ଼ା ସଂସ୍କୃତି ମହୋତ୍ସବ ଉଦଘାଟିତ - Achyuta Samanta
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 13, 2024, 12:55 PM IST
Tribal Sports And Cultural program: ଫୁଲବାଣୀ: କନ୍ଧମାଳରେ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ସଂସ୍କୃତି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଜନଜାତିଙ୍କ ପ୍ରତିଭା ଓ ସଂସ୍କୃତିକୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ମହୋତ୍ସବର ଆରମ୍ଭ ହୋଇଛି । 3 ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ ।ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ ଯୋଗଦେଇ ଶୁଭାରମ୍ଭ କରିଥିଲେ ।
ଏହାମଧ୍ୟ ପଢନ୍ତୁ... ତ୍ରିବେଣୀ ମହୋତ୍ସବ ଉଦଯାପିତ, ଶେଷ ଦିନରେ ପ୍ରବଳ ଜନସମାଗମ
ଜନଜାତିମାନଙ୍କ ପ୍ରତିଭା ଓ ସଂସ୍କୃତିକୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲାରେ ଗତ (ସୋମବାର) ସନ୍ଧ୍ୟାରେ ଫୁଲବାଣୀଠାରେ ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ 2024 ଆରମ୍ଭ ହୋଇଯାଇଛି । କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆୟୋଜନ ଦ୍ଵାରା ଏହା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଗାମୀ 3 ଦିନ ଧରି ଚାଲିବ l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ ଯୋଗଦେଇ ଶୁଭାରମ୍ଭ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।
ଇଟିିଭି ଭାରତ, ଫୁଲବାଣୀ