କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ୧୪ ଦେଶର ରାଷ୍ଟ୍ରଦୂତ - KONARK SUN TEMPLE

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 17, 2024, 12:31 PM IST

ନିମାପଡ଼ା (ପୁରୀ): ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ବିଭିନ୍ନ ଦେଶର ରାଷ୍ଟ୍ରଦୁତ । ଐତିହାସିକ କଟକ ବାଲିଯାତ୍ରା ପାଇଁ ଆମନ୍ତ୍ରିତ ହୋଇଥିବା ୧୪ଟି ଦେଶର ରାଷ୍ଟ୍ରଦୂତ ଗତକାଲି (ଶନିବାର) କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଓଡ଼ିଶାର କଳା,ସଂସ୍କୃତି ଏବଂ ଭାସ୍କର୍ଯ୍ୟକୁ ଅତି ପାଖରୁ ଏହି ବିଦେଶୀ ଅତିଥିମାନେ ଦେଖିଛନ୍ତି । ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ସମସ୍ତ ରାଷ୍ଟ୍ରଦୂତ ଭାବବିହୋଳ ହୋଇଥିଲେ । ୧୨ଶହ ବଢେଇଙ୍କ ନୀହାଣ ମୁନରେ ପଥରକୁ ଖୋଳି ଯେଉଁ ଭାସ୍କର୍ଯ୍ୟ କଳା ନିର୍ମାଣ କରାଯାଇଛି, ତାହାକୁ ଏହି ଅନ୍ତର୍ଜାତୀୟ ଅତିଥିମାନେ ବେଶ ପ୍ରଶଂସା କରିଥିଲେ । ସେପଟେ ସୁରକ୍ଷା ଦୃଷ୍ଟିରୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅତିରିକ୍ତ ଏସପି, ନିମାପଡ଼ା ‘ଏସଡ଼ିପିଓ’ଙ୍କ ସମେତ ଦେଢ ପ୍ଲାଟୁନ ଫୋର୍ସ ଓ ୧୦ ଜଣ ଅଫିସର ବିଦେଶୀ ଅତିଥୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ....ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.