thumbnail

By ETV Bharat Odisha Team

Published : Jun 18, 2024, 4:22 PM IST

ETV Bharat / Videos

ସାଇକେଲ ଚଳାଇ ବିଧାନସଭାରେ ପହଞ୍ଚିଲେ ସିଦ୍ଧାନ୍ତ; ନେତା ଓ ମନ୍ତ୍ରୀଙ୍କୁ ବି କଲେ ଅପିଲ୍ - Sidhant Reaches Assembly On Cycle

ଭୁବନେଶ୍ୱର: ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ର ଏବେ ଚର୍ଚ୍ଚାରେ ରହିଛନ୍ତି । ଆଜି ସାଇକେଲ ଚଢି ବିଧାନସଭା ପହଞ୍ଚିଲେ ସିଦ୍ଧାନ୍ତ ମହାପାତ୍ର । ଚଳିତ ନିର୍ବାଚନରେ ସେ ପ୍ରଥମ ଥର ଗଞ୍ଜାମ ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଶପଥ ଗ୍ରହଣ ଅବସରରେ ନିଆରା ଅନ୍ଦାଜରେ ବିଧାନସଭା ପହଞ୍ଚିଛନ୍ତି ସିଦ୍ଧାନ୍ତ । ପ୍ରଥମ ଦିନରେ ସେ ଏପରି ସାଇକେଲରେ ବିଧାନସଭା ପହଞ୍ଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିସହ ସେ ନେତା, ମନ୍ତ୍ରୀ ଏବଂ ସାଧାରଣଜନତାଙ୍କୁ ସାଇକେଲ ବ୍ୟବାହର ପାଇଁ ଅପିଲ କରିଛନ୍ତି । ସାଇକେଲ ଚଲାଇବା ଦ୍ୱାରା ପରିବେଶ ସୁରକ୍ଷା ସହ ଟ୍ରାଫିକ ସମସ୍ୟା ଏଡାଯାଇପାରିବ । କେବଳ ଏତିକି ନୁହଁ ଏହା ଦ୍ୱାରା ଆପଣ ଫିଟ୍ ମଧ୍ୟ ରହିପାରିବେ ବୋଲି ସିଦ୍ଧାନ୍ତ ପ୍ରତିକ୍ରିୟାରେ କହିଛନ୍ତି । ସେ ପ୍ରଥମ ଦିନରେ ନୁହଁ ଏଥର ବିଧାନସଭା ଶେଷଦିନ ଯାଏଁ ସେ ସାଇକେଲରେ ଆସିବେ ବୋଲି କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଏହି ବର୍ଷାରେ ନୀଳବର୍ଣ୍ଣ ଶୃଗାଳର ରଙ୍ଗ ଧୋଇଯାଇଛି: ସିଦ୍ଧାନ୍ତ ମହାପାତ୍ର

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.