ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ମାଲକାନଗିରି, ମଲ୍ଲିକେଶ୍ୱର ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

By ETV Bharat Odisha Team

Published : Mar 8, 2024, 10:05 PM IST

thumbnail

MahaShivratri 2024:ମାଲକାନଗିରି: ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ମାଲକାନଗିରିର ଜିଲ୍ଲାର ସମସ୍ତ ଶୈବପୀଠ । ଜିଲ୍ଲାରେ ବିଭିନ୍ନ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁମାନଙ୍କ ଭିଡ଼ । ସେଥି ମଧ୍ୟରୁ ଜିଲ୍ଲା ସଦର ମହକୁମାର ନିକଟସ୍ଥ ମଲ୍ଲିକେଶ୍ୱର ଶୈବପୀଠ ଅନ୍ୟତମ । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଅଜ୍ଞାତ ବନବାସରେ ଆସିଥିବା ବେଳେ ଏଠାରେ ମହାଦେବଙ୍କୁ ମଲ୍ଲିକେଶ୍ୱର ମହାଦେବଙ୍କ ନାମରେ ପୂଜାର୍ଚ୍ଚନା କରିଥିଲେ । ସେହି ସମୟରୁ ଏହି ପ୍ରସିଦ୍ଧ ଶୈବପୀଠ ମଲିକେଶ୍ବର ମହାଦେବ ଏଠାରେ ପୂଜା ପାଇ ଆସୁଛନ୍ତି ।

ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ଠାକୁରଙ୍କ ଦର୍ଶନ କରିବା ପାଇଁ ଆବାଳ ବୃଦ୍ଧ ବନିତା ନିଜର ସମସ୍ତ କଷ୍ଟ ଭୁଲି ପାହାଡ଼ ଆସିଛନ୍ତି । ପ୍ରତିବର୍ଷ ମଲ୍ଲିକେଶ୍ୱର ଶୈବ ପୀଠରେ ଏହି ସମୟରେ ଭକ୍ତ ତଥା ମାନସିକ ଧାରିମାନେ ଜାଗର ଦୀପଜାଳି ନିଜର ମନସ୍କାମନା ପୂରଣ କରିଥାନ୍ତି ।ଏହି ଶୈବପୀଠଟି ସଦର ମହକୁମା ଠାରୁ ଅଳ୍ପ ଦୂରରେ ଥିବା ଏକ ପାହାଡ଼ ଉପରେ ଅବସ୍ଥିତ, ପାହାଡ଼ ଉପରକୁ ଯିବା ପାଇଁ ଭକ୍ତମାନଙ୍କୁ ଅନେକ ପଥ ଅତିକ୍ରମ କରିବାକୁ ପଡିଥାଏ । ସେହିଭଳି ପଦ୍ମଗିରି ନିକଟସ୍ତ ଜଦୁଗୁଡା ଶୈବପୀଠରେ ମଧ୍ୟ ଭକ୍ତଙ୍କ ଭିଡ ଦେଖିବାପାଇଁ ମିଳିଥିଲା । ଏହି ଶୈବପୀଠଟି ମହାଭାରତ କାଳରୁ ଅର୍ଥାତ ଦ୍ବାପର ଜୁଗରୁ ଏଠାରେ ଅବସ୍ଥିତ । 

ଏହା ମଧ୍ୟ ପଢନ୍ତ.....ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ସମ୍ବଲପୁର, ସୋମନାଥ ପୀଠରେ ପ୍ରବଳ ଭିଡ଼

ଯେତେବେଳେ ପଞ୍ଚୁପାଣ୍ଡବ ଅଜ୍ଞାତ ବନବାସରେ ଥିଲେ ସେହି ସମୟରେ ଏକ ଜଉ ପାହାଡର ଗୁମ୍ଫାରେ ରହି ରାତ୍ର ଯାପନ କରୁଥିଲେ । ସେହି ସମୟରେ ପଞ୍ଚୁପାଣ୍ଡବଙ୍କୁ ମାରିବା ପାଇଁ ଦୁର୍ଯ୍ୟୋଧନ ସେହି ଜଉ ଗୁମ୍ଫାରେ ନିଆଁ ଜଳାଇ ଦେଇଥିଲେ । ଏହି ଖବର ପାଇ ନିଆଁ ଜଳାଇବା ପୂର୍ବରୁ ପଞ୍ଚୁପାଣ୍ଡବ ସେଠାରୁ ପଳାଇ ଯାଇଥିଲେ । ସେହି ଯଉ ପାହାଡରେ ରହିବା ସମୟରେ ପଞ୍ଚୁପାଣ୍ଡବ ସେଠାରେ ମହାଦେବଙ୍କୁ ସେଠାରେ ପୁଜାର୍ଚ୍ଚନା କରୁଥିଲେ । ଏହି ଯଦୁଗୁଡା ସ୍ଥିତ ମହାଦେବ ପ୍ରସିଦ୍ଧ ହୋଇଥିବାରୁ ଏଠାରେ ଛତିଶଗଡ ସୁକୁମା ଜିଲ୍ଲା ଓ ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ଭିଡ ଲାଗିଥାଏ ।ସେହି ଭଳି ମାଲକାନଗିରି ସହରରେ ଥିବା ଦକ୍ଷିଣେଶ୍ବର ମହାଦେବ ମନ୍ଦିର, ତଳସାହି ଶିବ ମନ୍ଦିର ଓ ଶହରରେ ଥିବା ପାଖାପାଖି ୧୦ରୁ ଉର୍ଦ୍ଧ୍ବ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି  । 

ଇଟିଭି ଭାରତ,ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.