ଖୋଲିବ ରତ୍ନଭଣ୍ଡାର, ଉତ୍ସାହିତ ଭକ୍ତ; ସଫଳ କାମନା କରି ଶ୍ରୀମନ୍ଦିରରେ ଲକ୍ଷେ ବଳିତାର ଦୀପ ପ୍ରଜ୍ୱଳନ - Ratna Bhandar reopening

By ETV Bharat Odisha Team

Published : Jul 14, 2024, 11:06 AM IST

thumbnail
Puri Shree Mandir Ratna Bhandar reopening (ETV Bharat Odisha)

Puri Srimandir Ratna Bhandar reopening: ପୁରୀ: ୪୬ ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ଭକ୍ତ ମନରେ ଯେଉଁ ପ୍ରଶ୍ନ ଦୀର୍ଘ ବର୍ଷ ହେଲା ଆନ୍ଦୋଳିତ କରୁଥିଲା ସେହି ପ୍ରଶ୍ନରେ ବିରାମ ଲାଗିବାକୁ ଯାଉଛି  । ଆଉ କିଛି ଘଣ୍ଟା ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର  । ପୂଜାର୍ଚ୍ଚନା ପରେ ଶୁଭ ମୁହୂର୍ତ୍ତରେ ରତ୍ନ ଭଣ୍ଡାର ଦ୍ୱାର ଖୋଲାଯିବ । ଏହାକୁ ନେଇ ଅଗଣିତ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁରୁଖୁରରେ ଏହି କାର୍ଯ୍ୟ ସମାପନ ନେଇ ଭକ୍ତମାନେ ଭଗବାନଙ୍କ ନିକଟରେ ଗୁହାରି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଜଗତ ଦେଖିବ କାଳିଆ ଗହଣା: ଶେଷ ଥର କେବେ ଖୋଲିଥିଲା ରତ୍ନଭଣ୍ଡାର, ମିଳିଥିଲା କେତେ ରତ୍ନ - know about Ratna Bhandar

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ ସଫଳ ହେବା ପାଇଁ ମହାପ୍ରଭୁଙ୍କ ନିକଟରେ ଏକ ଲକ୍ଷ ବଳିତାର ଦୀପ ପ୍ରଜ୍ବଳନ କରିଛନ୍ତି ଜଗନ୍ନାଥ ସେନା । ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଆଜି ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତୁତି ହୋଇଛି । ଏହି ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟ ସୁରୁଖୁରରେ ସମ୍ପାଦନ ହେବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏକ ଲକ୍ଷ ବଳିତାରେ ଦୀପଦାନ କରାଯାଇଛି । ଅନ୍ୟପଟେ ପୂର୍ବ ସରକାର କାହିଁକି ରତ୍ନଭଣ୍ଡାର ଖୋଲୁନଥିଲେ, ଚାବି ହଜିବା ତଦନ୍ତ ରିପୋର୍ଟ କାହିଁକି ଚାପି ରଖିଲେ ତାହା ଏବେକାର ସରକାର ଖୁଲାସା କରିବାକୁ ଜଗନ୍ନାଥ ସେନା ଦାବି କରିଛି ।
 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.