ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ - DEVA SNANA PURNIMA

By ETV Bharat Odisha Team

Published : Jun 22, 2024, 10:47 PM IST

thumbnail
DEVA SNANA PURNIMA (ETV Bharat Odisha)

DEVA SNANA PURNIMA:ଯାଜପୁର: ଆଜି ଠାରୁ ମହାପ୍ରଭୁ ଜଗନ୍ନାଥଙ୍କ ବିଶେଷ ପୂଜା ଆରମ୍ଭ ହୋଇଛି । ଏହି ପୂଜା ମଧ୍ୟରେ ପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ । ଏହି ପରିପକ୍ଷରେ ବ୍ୟାସନଗର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅତି ଧୁମଧାମର ସହିତ ପାଳନ କରାଯାଇଛି । ଏହି ଅବସରରେ ଶହଶହ ଭକ୍ତଙ୍କ ସମାଗମ ହେଇଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପ୍ରତେକ ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପଡିଥାଏ । ବ୍ୟାସନଗର ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଇଯାଇଛି । ମନ୍ଦିର ବଡ଼ପଣ୍ଡା ପୀତବାସ ପତିଶର୍ମା ପ୍ରଥମେ ଭୋରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଏଥିସହି ନିୟମ ଅନୁଯାୟୀ ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ କରିଥିଲେ । ସେହିପରି ଜିଲ୍ଲାର ପ୍ରତ୍ୟେକ ଜଗନ୍ନାଥ ମନ୍ଦିରରେ ଆଜି ଏହି ଉତ୍ସବ ପାଳନ କରାଯାଇଛି । ସେପଟେ ସବୁ ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଜିଲ୍ଲା ପ୍ରଶାସନ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.