ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ - Baula Katha arrived at Puri

By ETV Bharat Odisha Team

Published : Jun 19, 2024, 1:11 PM IST

thumbnail
Baula Katha arrived at Puri (ETV Bharat Odisha)

Baula Katha arrived at Puri ପୁରୀ: ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଛି ବଉଳ କାଠ । ସତ୍ୟବାଦୀରୁ ଆସିଛି ଏହି ବଉଳ କାଠ । ଜୁନ୍ ୨୨ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଉଳ‌ ଗଛ ଚିହ୍ନଟ କରାଯିବା ପରେ ପୂଜାର୍ଚ୍ଚନା କରାଯାଇ ଗଛକୁ କଟାଯାଇଥିଲା । ତେବେ ଶଗଡ଼ ସାହାଯ୍ୟରେ ଏହା ପୁରୀରେ ଆସି ପହଞ୍ଚିଛି । ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ଏହା ସେନାପଟା ଲାଗି ନୀତିରେ ଲାଗି କରାଯିବ ।

ପହଣ୍ଡି ସମୟରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି କାଠର ବେଶ ଆବଶ୍ୟକ ଥାଏ । ତେବେ ତ୍ରୟୋଦଶୀରେ ଦଇତା ପ୍ରବେଶ ଥିବାବେଳେ ମହାପ୍ରଭୁଙ୍କ ବାହୁଟ କଣ୍ଟ ନୀତି କରିବେ ସେବାୟତମାନେ । ଏହାପର ଦିନ ବଉଳ କାଠକୁ ମାପଚୁପ କରାଯାଇ ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ପାଇଁ ସେନାପଟା ଭାବେ ଏହାକୁ ବ୍ୟବହାର କରି ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବାର ବିଧି ରହିଛି । ବଉଳ କାଠ ଆସିବା ପୂର୍ବରୁ ସତ୍ୟବାଦୀରେ ସଂକୀର୍ତ୍ତନ ଓ ହୁଳହୁଳିରେ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।

ଏହାମଧ୍ୟ ପଢନ୍ତୁ.. ତିନିଦିନ ପରେ ସ୍ନାନଯାତ୍ରା, ଶୃଙ୍ଖଳିତର ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ଚୂଡ଼ାନ୍ତ ପ୍ରସ୍ତୁତି - SNANA YATRA PREPARATION

କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁର ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ବାଡ଼ିରୁ ବଉଳ କାଠ ଚିହ୍ନଟ କରାଯାଇଥିଲା । ମଙ୍ଗଳବାର ନିର୍ଜଳା ଏକାଦଶୀ ଅବସରରେ ଭୋଇ ସେବାୟତମାନେ ଶ୍ରୀରାମଚନ୍ଦ୍ରପୁରରେ ପହଞ୍ଚିବା ପରେ ଚିହ୍ନଟ ହୋଇଥିବା ବକୁଳ ଗଛକୁ ପୂଜାର୍ଚ୍ଚନା କରାଯାଇଥିଲା  । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ଗଛ କଟା ଯିବା ପରେ ସେବାୟତମାନେ ଏମାର ମଠ ଶଗଡି ସାହାଯ୍ୟରେ ଏହାକୁ ସିଦ୍ଧ ବକୁଳ ମନ୍ଦିରକୁ ଅଣାଯାଇଥିଲା । ପରେ ଶଗଡିରେ କାଠକୁ ଶ୍ରୀମନ୍ଦିର ଅଭିମୁଖେ ନିଆଯାଇଥିଲା ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.