thumbnail

By ETV Bharat Odisha Team

Published : Jun 13, 2024, 10:14 PM IST

ETV Bharat / Videos

ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ମା’ ମଙ୍ଗଳାଙ୍କୁ ଦର୍ଶନ - Deputy CM Pravati Parida

Pravati Parida Visited Puri: ନିମାପଡ଼ା: ଓଡିଶାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଭାତି ପରିଡ଼ା। ଶପଥ ଗ୍ରହଣ ପରେ ପ୍ରଥମ ଥର ପ୍ରଭାତି ଆଜି ପୁରୀରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ସତ୍ୟବାଦୀ ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଶୀର୍ବାଦ ଓ କାକଟପୁରରେ ମାଆ ମଙ୍ଗଳାଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜେପି ସରକାର ଶପଥ ଗ୍ରହଣ କରିବାର 24 ଘଣ୍ଟା ନ ପୁରୁଣୁ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ 3/4 ପୁରଣ କରିଛୁ। ଆଗାମୀ ଦିନରେ ଦେଇଥିବା ଅବଶିଷ୍ଟ ସଂକଳ୍ପ ପୂରଣ କରିବୁ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ମଙ୍ଗଳା ମନ୍ଦିର ଦର୍ଶନ ପାଇଁ ବ୍ୟବକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ନୂଆ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ମନ୍ଦିର ପରିସରରେ ପ୍ରବଳ ଭିଡ ଜମିଥିଲା । ତାଙ୍କ ସହିତ ବାଇଧର ମଲ୍ଲିକ ପ୍ରମୁଖ ବିଜେପି କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..ଉତ୍କଳମଣିଙ୍କ ଜନ୍ମମାଟିରେ ନୂତନ ମୁଖ୍ୟମନ୍ତ୍ରୀ, ଓଡିଆ ଅସ୍ମିତା ଉପରେ ଗୁରୁତ୍ବାରୋପ - CM Mohan Charan Majhi Visits Suando

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.