ବିଭାଗ ବଣ୍ଟନ ପରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, ଖୁବଶୀଘ୍ର ନେବେ ଦାୟିତ୍ବ - Odisha Cabinet Portfolios - ODISHA CABINET PORTFOLIOS
🎬 Watch Now: Feature Video
Published : Jun 15, 2024, 10:27 PM IST
Odisha Cabinet Portfolios: ଭୁବନେଶ୍ବର: ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ହାତରେ ଗୃହ ବିଭାଗ ସମେତ ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ରଖିଛନ୍ତି । ସେହିଭଳି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ସମେତ ଶକ୍ତି ବିଭାଗ ମିଳିଛି । ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମେତ ମିଶନ ଶକ୍ତି ଓ ପର୍ଯ୍ୟଟନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିବେ । ସେହିଭଳି କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକଙ୍କୁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଭଳି ବିଭାଗ ମିଳିଛି । ତେବେ ଖୁବଶୀଘ୍ର ଦାୟିତ୍ବ ନେବା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି ଉଭୟ ମନ୍ତ୍ରୀ କେଭି ସିଂହଦେଓ ଏବଂ ରବି ନାଏକ ।
ଇଟିଭି ଭାରତ, ଭୁବନେଶ୍ବର