ନିର୍ବାଚନ ପ୍ରସ୍ତୁତି ଆରମ୍ଭ କଲା କଟକ ଜିଲ୍ଲା ପ୍ରଶାସନ - Preparations For General Election
🎬 Watch Now: Feature Video
Published : Mar 14, 2024, 8:06 PM IST
Preparations for General Election:କଟକ: ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ଚଳିତ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏଥି ପାଇଁ କଟକରେ 18ଟି ସ୍ଥାନରେ ପୁଲିଂ ପାର୍ଟିର ପ୍ରଶିକ୍ଷଣ ଆରମ୍ଭ ହୋଇଛି । କଟକ ଜିଲ୍ଲାରେ 9ଟି ବିଧାନସଭା ଏବଂ ତିନୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି । ଏଥି ମଧ୍ୟରୁ କଟକ ଜିଲ୍ଲା ପ୍ରଶାସନ ଅଧୀନରେ 6ଟି ବିଧାନସଭା ଗୋଟିଏ ଲୋକସଭା ଏବଂ ଆଉ ଦୁଇଟି ଆଂଶିକ ନିର୍ବାଚନ ମଣ୍ଡଳୀ ରହିଛି । ଚଳିତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 1491ଟି ବୁଥ ସ୍ଥାପନ କରାଯାଇଛି । ପ୍ରତି ବୁଥରେ ପ୍ରିଯାଇଡିଂ ଅଫିସର, ପୁଲିଂ ଅଫିସର ସମେତ 6 ଜଣ ବୁଥ ପରିଚାଳନା କରିବେ । ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ପୁଲିଂ ପାର୍ଟି ସେମାନଙ୍କର ସରଞ୍ଜାମ ଧରି ନିଜ ନିଜ ବୁଥ ଅଞ୍ଚଳକୁ ଗସ୍ତ କରିବେ । ରେଭେନ୍ସା ବିଶ୍ଵବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସକୁ ମୁଖ୍ୟ କେନ୍ଦ୍ର ଭାବରେ ଗଠନ କରାଯାଇଛି ।
ସେହିପରି ପୁଲିଂ ପାର୍ଟିମାନଙ୍କୁ ତିନୋଟି ପର୍ଯ୍ୟାୟରେ ପ୍ରଶିକ୍ଷଣ କରାଯିବ । ପର୍ଯ୍ୟବେକ୍ଷକ ମାନେ ଏହି ପ୍ରଶିକ୍ଷଣ ବ୍ୟବସ୍ଥାକୁ ତଦାରଖ କରିବେ । କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଆଜି ବିଭିନ୍ନ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ସମ୍ପର୍କରେ ତଦାରଖ କରିଛନ୍ତି । ତେବେ ନିର୍ବାଚନ ପାଇଁ କେଉଁ ମୁହୂର୍ତ୍ତରେ ମଧ୍ୟ କୋଡ଼ ଅଫ କଣ୍ଡକ୍ଟ ଲାଗିପାରେ । ତେଣୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ନିର୍ବାଚନ ଅଧିକାରୀ ମାନଙ୍କୁ ସବୁ ଦିଗରୁ ପ୍ରଶିକ୍ଷିତ କରାଯାଉଛି । ଯେପରି ନିର୍ବାଚନ ସମୟରେ କୌଣସି ତ୍ରୁଟି ପରିଲକ୍ଷିତ ନ ହୁଏ । ସେଥି ପାଇଁ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ......ବଢିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ , ୩୫୨ରୁ ୪୫୦ଟଙ୍କାକୁ ବୃଦ୍ଧି
ଇଟିଭି ଭାରତ, କଟକ