କିଏ ହେବେ ନୂଆ ପିସିସି ସଭାପତି; ମୋକିମଙ୍କୁ ମିଳିବ କି ମୌକା ? ସୋଫିଆ କହିଲେ ବାପା... - Congress MLA Sofia Firdous

By ETV Bharat Odisha Team

Published : Jul 24, 2024, 1:44 PM IST

thumbnail
Sofia Firdous on PCC President (ETV Bharat Odisha)

Sofia Firdous on PCC President: ଭୁବନେଶ୍ବର: ନୂଆ କରି ରାଜନୀତିରେ ପାଦ ଦେଉ ଦେଉ ବେଶ ଚର୍ଚ୍ଚାରେ କଟକ ବାରବାଟୀର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସୋଫିଆ । ତେବେ ବିରୋଧୀ ଦଳରେ ରହିଥିବାରୁ ଲୋକଙ୍କ ସ୍ବର ବିଧାନସଭାରେ ଉଠାଇବା ସହ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ସୋଫିଆ । ସେହିପରି ଏଆଇସିସି ଓଡ଼ିଶା ପ୍ରଦେଶ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେବା ପଦକ୍ଷେପକୁ ସ୍ବାଗତ କରିଛନ୍ତି କଂଗ୍ରେସ ବିଧାୟିକା । ନୂଆ କରି ଗଠନ ହେବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମେତ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି । ତେବେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳକୁ କିପରି ନେତା ଦରକାର ? ପିସିସି ସଭାପତି କିପରି ହେବା ଦରକାର ? କ'ଣ ମାପଦଣ୍ଡ ରହିବା ଦରକାର ? ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନା ସମୟରେ ଶୁଣନ୍ତୁ କଣ କହୁଛନ୍ତି ସୋଫିଆ...

ଏହା ମଧ୍ୟ ପଢ଼ନ୍ତୁ...ଫେଲ ମାରିଲା 9ରୁ 90 ମିଶନ, ପଡିଲା AICC ଛାଟ ! ଭାଙ୍ଗିଲା ଓଡ଼ିଶା କଂଗ୍ରେସ କମିଟି - Odisha Pradesh Congress Committee

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.