ଅନନ୍ତ-ରାଧିକା ପ୍ରି-ୱେଡିଂ, ଜାମନଗରରେ ଜମିଲା କ୍ରିକେଟରଙ୍କ ମେଳି

By ETV Bharat Odisha Team

Published : Mar 1, 2024, 5:22 PM IST

thumbnail

Anant Ambani-Radhika Merchant Pre-Wedding: ଆଜି ଠାରୁ ଅନନ୍ତ ଅମ୍ୱାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସମାରୋହ ଆରମ୍ଭ। ଗୁଜୁରାଟର ଜାମନଗରରେ ଉଭୟଙ୍କ ବିବାହ ଉତ୍ସବ ୩ଦିନ ଧରି ଚାଲିବ । ଏହି ପରିପ୍ରେକ୍ଷୀରେ ଏହି ବିାବହ ଉତ୍ସବରେ ସାମିଲ ହେବାକୁ ଜାମନଗରରେ ପହଞ୍ଚିଲେଣି ଲୋକପ୍ରିୟ କ୍ରିକେଟର । ପତ୍ନୀ ସାକ୍ସିଙ୍କ ସହ ଭାରତୀୟ କ୍ରିକେଟରର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, ଟିମ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ଏବଂ ପତ୍ନୀଙ୍କ ସହ ମାଷ୍ଟରବ୍ଲାଷ୍ଟର ସଚିନ ତେଲନ୍ଦୁଲକର ଜାମନଗରରେ ପହଞ୍ଚିଛନ୍ତି । 

ଏଥିସହ ସାଇନା ନେହୱାଲ ଏବଂ ତାଙ୍କ ସ୍ୱାମୀ ତଥା ବ୍ୟାଡମିଣ୍ଟନ ଖେଳାଳି ପାରୁପଲୀ କଶ୍ୟପ ସମେତ ଅନେକ ଭାରତୀୟ ଖେଳାଳି ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ତିନି ଦିନିଆ ବିବାହ ଉତ୍ସବ ପାଇଁ ଗୁଜୁରାଟର ଜାମନଗରରେ ପହଞ୍ଚିଛନ୍ତି । ଏଥିସହ ଏହି ବିବାହ ଉତ୍ସବରେ ଦେଶ ବିଦେଶର ଶିଳ୍ପଉଦ୍ୟୋଗପତି ଠାରୁ ରାଜନେତା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ସେଲିବ୍ରିଟି ମଧ୍ୟ ସାମିଲ ହେବାକୁ ଜାମନଗରରେ ପହଞ୍ଚିଥିବା ବେଳେ ସେଠାରେ ସମସ୍ତ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ: ଜାମନଗରରେ ତାରକାଙ୍କ ଭିଡ, ଆସିଲେଣି ଦେଶବିଦେଶ ଅତିଥି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.