କଳାହାଣ୍ଡିରେ କଂଗ୍ରେସର ପାୱାର ସୋ', ସବୁ ପ୍ରାର୍ଥୀଙ୍କୁ ଧରି ଦମ ଦେଖାଇଲେ ଭକ୍ତ ଦାସ - Congress Campaign at Kalahandi

By ETV Bharat Odisha Team

Published : Apr 8, 2024, 11:03 PM IST

thumbnail

ଭବାନୀପାଟଣା: ନିର୍ବାଚନ ପୂର୍ବରୁ ରାଜନୀତି ମୈଦାନକୁ ଓହ୍ଲାଇଲେଣି ତିନି ପ୍ରମୁଖ ଦଳର ନେତା । ଶାସକ ବିଜେପି ଓ ବିଜେଡିଠାରୁ ଟିକେଟ୍‌ ଘୋଷଣାରେ ପଛରେ ପଡ଼ିଥିବା କଂଗ୍ରେସ ମଧ୍ୟ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛି । ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ କାମଠଣାଠାରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାରେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ଦେଖାଇଥିଲା ଦମ୍ ।

ଶୋଭାଯାତ୍ରା ଆସି ଭବାନୀପାଟଣା ସହରର ଗାନ୍ଧୀ ଛକ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କଳାହାଣ୍ଡି ଲୋକସଭା ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀ ଉପସ୍ଥିତ ଥିଲେ । ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "ସମସ୍ତ ବିଧାୟକ ସରକାରୀ ଅଧିକାରୀମାନଙ୍କ କୀର୍ତ୍ତଦାସ ପାଲଟି ଅଞ୍ଚଳର ବିକାଶ ବଦଳରେ ବିନାଶ କରୁଛନ୍ତି । ଚଳିତ ନିର୍ବାଚନରେ ବିଧାନସଭାକୁ ଯାଇ ରାଜ୍ୟର ପ୍ରକୃତ ବିକାଶ ସହ ଏକ ନୂଆଁ ଅଧ୍ୟାୟ ସୃଷ୍ଟି କରିବୁ ।" କଂଗ୍ରେସର ଏହି ଶୋଭାଯାତ୍ରା ଭବାନୀପାଟଣା ସହରରେ ପ୍ରଥମ ନିର୍ବାଚନୀ ସଭା ହୋଇଥିବାବେଳେ କଂଗ୍ରେସ ନିଜର ଦୃଢ଼ ଉପସ୍ଥିତି ଜାହିର କରିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.